ସାମାଜିକ କର୍ମୀ ତିସ୍ତା ଶୀତଲବାଡଙ୍କୁ ଆଶ୍ୱସ୍ତି, କୋର୍ଟ ଦେଲେ ଅନ୍ତରୀଣ ଜାମିନ

49

କନକ ବ୍ୟୁରୋ : ସାମାଜିକ କର୍ମୀ ତିସ୍ତା ଶୀତଲବାଡଙ୍କୁ ସୁପ୍ରିମ କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି । ସୁପ୍ରିମକୋର୍ଟର ୩ ଜଣିଆ ବେଞ୍ଚ ଏହି ଜାମିନ ପ୍ରଦାନ କରିଛନ୍ତି । ଏହି କ୍ରମରେ ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି କି ଆବେଦନକାରୀ ଜଣେ ମହିଳା ଓ ସେ ଦୁଇମାସ ହେବ ହାଜତରେ ରହିଛନ୍ତି । ତାଙ୍କ ଉପରେ ଯେଉଁ ମାମଲା ରହିଛି ତାହା ୨୦୦୨-୨୦୧୦ ଦସ୍ତାବିଜ ସହ ଜଡିତ । ଏହି ମାମଲାରେ ଅନୁସନ୍ଧାନକାରୀ ଟିମକୁ ୭ ଦିନ ହେପାଜତକୁ ନେଇ ପଚରା ଉଚରା କରିବାର ସୁଯୋଗ ଦିଆଯାଇଥିବା କଥା କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟରେ ତିସ୍ତା ଶୀତଲବାଡଙ୍କ ଜାମିନ ଆବେଦନ ଉପରେ ହୋଇଥିବା ଶୁଣାଣିରେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଲିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ ସୁଧାଂସୁ ଭଟ୍ଟ ରହିଛନ୍ତି । ସେପଟେ ଗତକାଲି ସଲିସିଟର ଜେନରାଲ ତୁଷାର ମେହଟ୍ଟା କୋର୍ଟରେ ଏହି ମାମଲା ଉଠାଇ ମାମଲାକୁ ଗୁଜରାଟ ହାଇକୋର୍ଟରେ ଶୁଣାଣି କରିବାର ସୁଯୋଗ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ।

ସେପଟେ କୋର୍ଟ ତିସ୍ତାଙ୍କୁ ଜାମିନ ଦେବା ବେଳେ କିଛି ସର୍ତ୍ତ ରଖିଛନ୍ତି । କୋର୍ଟ କହିଛନ୍ତି କି ତିସ୍ତା ଶୀତଲବାଡଙ୍କୁ ତାଙ୍କ ପାସପୋର୍ଟ ସରେଣ୍ଡର କରିବାକୁ ପଡିବ । ଏହାସହ ଯେପର୍ଯ୍ୟନ୍ତ ଗୁଜରାଟ ତାଙ୍କୁ ରେଗୁଲାର ଜାମିନ ଦେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ତିସ୍ତା ବାହାରକୁ ଯାଇ ପାରିବେ ନାହିଁ । ସେପଟେ ଯାଂଚ ଏଜେନ୍ସିଙ୍କୁ ତିସ୍ତା ସହଯୋଗ କରିବାକୁ କୋର୍ଟ କହିଛନ୍ତି ।