ଆଇଏନଏସ ବିକ୍ରାନ୍ତକୁ ନେଇ ଆରମ୍ଭ ହେଲା ଶ୍ରେୟ ରାଜନୀତି। ପ୍ରଧାନମନ୍ତ୍ରୀଙ୍କୁ ଜୟରାମ ରମେଶଙ୍କ ପ୍ରଶ୍ନ।

128

କନକ ବ୍ୟୁରୋ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଇଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଅଭିଯାନର ଜୋରଦାର ପ୍ରଶଂସା କରିଥିଲେ । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ । ଟ୍ୱିଟ କରି ସେ ଲେଖିଛନ୍ତି, ଆଇଏନଏସ ବିକ୍ରାନ୍ତ ୧୯୯୯ ମସିହାଠାରୁ ନେଇ ବର୍ତ୍ତମାନର ସରକାରଙ୍କ ମିଳିତ ପ୍ରୟାସର ଫଳ । ଏହା ସହ ସେ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥା ମାନିବେ କି ଏହା ଅନେକ ସରକାରଙ୍କ ମିଳିତ ପ୍ରୟାସ?

ଜୟରାମ ଟ୍ୱିଟରରେ ଆହୁରି ମଧ୍ୟ ଲେଖିଛନ୍ତି, ଭାରତର ପ୍ରଥମ ସ୍ୱଦେଶୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତକୁ ଆଜି କମିଶନ ପ୍ରଦାନ କରାଯାଇଛି । ଏହାକୁ ନିର୍ମାଣ କରିବାରେ ୧୯୯୯ଠାରୁ ନେଇ ବର୍ତ୍ତମାନର ସମସ୍ତ ସରକାରଙ୍କ ମିଳିତ ଉଦ୍ୟମ ରହିଛି । କଣ ଏହା ପ୍ରଧାନମନ୍ତ୍ରୀ ମାନିବେ କି ? ତାଙ୍କର ଏହି ପୋଷ୍ଟରେ ପୂର୍ବତନ ବୈଦେଶିକ ମନ୍ତ୍ରୀ କୃଷ୍ଣା ମେନନଙ୍କୁ ସେ ମନେପକାଇଥିଲେ । ସେ କହିଥିଲେ ଆମକୁ ପୁରୁଣା ଆଇଏନଏସ ବିକ୍ରାନ୍ତକୁ ମନେପକାଇବାକୁ ପଡିବ ଯାହା ୧୯୭୧ ଯୁଦ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଏହାକୁ ୟୁକେରୁ ଭାରତ ଆଣିବାରେ କୃଷ୍ଣା ମେନନଙ୍କ ବହୁତ ବଡ ଯୋଗଦାନ ଥିଲା ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚିର ସିପୟାର୍ଡ ଲିମିଟେଡର ଆଇଏନଏସ ବିକ୍ରାନ୍ତକୁ କମିଶନ ପ୍ରଦାନ କରିଥିଲେ । ୨୦୧୩ ମସିହା ଅଗଷ୍ଟ ୧୨ ତାରିଖରେ ଏହାର ଲଞ୍ଚ କରାଯାଇଥିଲା ପୁରୁଣା ଆଇଏନଏସ ବିକ୍ରାନ୍ତ ୧୯୯୦ ଦଶକରେ କାମ କରିବା ବନ୍ଦ କରିଦେଇଥିଲା । ନୂତନ ଆଇଏନଏସ ବିକ୍ରାନ୍ତର ଡିଜାଇନକୁ ୨୦୦୩ରେ ପାସ କରିଦିଆଯାଇଥିଲା ।