ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ: ନମ୍ବର କମିଯିବାରୁ ଘରେ ପୂରାଇ ପିଟିଲେ ଶିକ୍ଷକ

105

କନକ ବ୍ୟୁରୋ: ନମ୍ବର କମିଯିବାରୁ ପିଲାଙ୍କୁ ନିର୍ଧୁମ ମାଡ । ଏହି ମାଡ ମାରିଛନ୍ତି ସ୍କୁଲ ଶିକ୍ଷକ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୭୦ଜଣ ପିଲାଙ୍କୁ ଶିକ୍ଷକ ପିଟିଥିବା ହୋଇଛି ଅଭିଯୋଗ । ଏହି ଦୃଶ୍ୟ ହେଉଛି ଗଂଜାମ ସୋରଡା ଆରସିଏମ ପ୍ରାଥମିକ ବିଦ୍ୟାଳୟର । ପିଲାଙ୍କ ଅଧ ବାର୍ଷିକୀ ପରୀକ୍ଷାରେ ନମ୍ବର କମ୍ ଆସିଥିବାରୁ ୭୦ ଜଣ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ବନ୍ଦ କରି ମାଡ ମାରିଛନ୍ତି ଶିକ୍ଷକ । ୭ଜଣ ଛାତ୍ରୀ ମାଡ ଖାଇ ଅସୁସ୍ଥ ହୋଇପଡିଥିଲେ । ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ତିନିଥର ମାଡ ମାରିଥିଲେ । ଛାତ୍ରୀ ଜଣକ ମାଡ ଖାଇ ଅଚେତ ହୋଇପଡିଥିବା ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି । ଅସୁସ୍ଥ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ସରକାର ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଥିବା ବେଳ ଏହିଭଳି ଘଟଣା ବାରମ୍ବାର ସାମନାକୁ ଆସୁଛି । ଯାହାକୁ ନଇ ଅଭିଭାବକଙ୍କ ମନରେ ଭୟ ଦେଖିବାକୁ ମିଳିଥିଲା । ଏହାର ଘୋର ବିରୋଧ କରିବା ସହିିତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।