ଆଧୁନିକ ଯୁଗରେ ପୁରୁଣା ଛାପ: ଦାମୀ କାର କି ଚାକଚକ୍ୟ ନୁହେଁ ଘୋଡା ଓ ଶଗଡ ଗାଡିରେ ବିବାହ

156

କନକ ବ୍ୟୁରୋ: ବାହାଘର ସ୍ମୃତିକୁ କିଏ କେମିତି ଭାବରେ ସାଉଁଟି ରଖୁଛି । ବେଶ ଜାକଜମକର ସହ ଖର୍ଚ୍ଚ କରି ବିବାହ କରୁଛି । ହେଲେ ବିବାହର ଏମିତି ଏକ ଦୃଶ୍ୟ ସମାନାକୁ ଆସିଛି । ତାହା ଦେଖିବାକୁ ଲୋକଙ୍କ ମନରେ କୌତୁହଳ ଦେଖିବାକୁ ମିଳିଛି । ବହୁ ପୁରୁଣା ଢଙ୍ଗରେ ବିବାହ କରିଛନ୍ତି ଏକ ଶିକ୍ଷିତ ଦମ୍ପତି । ଗଂଜାମ ଜଗନ୍ନାଥ ପ୍ରସାଦ ବାଙ୍କତରା ଗାଁର ବର ମହେନ୍ଦ୍ର ନାୟକ ଘୋଡା ଚଢି ବିବାହ କରିବାକୁ ଯାଇଥିଲେ । ଆଉ ସରିତା ଶଗଡ ଗାଡି ଡୋଲିରେ ଆସିଥିଲେ ନବ ବଧୂ ସାଜି । ବେଶ ଧୁମଧାମରେ ହୋଇଥିଲା ବାହାଘର । ଏହି ଯୁବ ଦମ୍ପତି ଆଧୁନିକତାର ଛାପ ଛାଡି ହଜିଯାଇଥିବା ସେହି ପୁରୁଣା ପ୍ରଥାକୁ ଆପଣାଇଛନ୍ତି । ଯାହା ଦେଖି ସ୍ଥାନୀୟ ଲୋକେ ବି ବେଶ ଖୁସି ହେବା ସହ ଦେଖିବାକୁ ଭିଡ ଜମାଇଥିଲେ ।

ମହେନ୍ଦ୍ରଙ୍କ ସ୍ୱପ୍ନ ଥିଲା ସେ ଏହିଭଳି ଭାବେ ବିବାହ କରିବେ । ଘୋଡା ଚଢି ବର ସାଜିବେ । ଯାହାକୁ ସେ ପରିଣତ ବୟସରେ କରିଛନ୍ତି । ଆଜିକାଲି ସମୟରେ ଏହିଭି ନିଆରା ବାହାଘର । ଆଉ ବାହାଘରରେ ବ୍ୟବହାର ପାଇଁ ଶଗଡ ଗାଡି ମିଳିବା କଷ୍ଟ ସାଧ୍ୟ ଥିଲା । ହେଲେ ବହୁ ଖୋଜାଖୋଜି କରି ଗାଡି ମିଳିଥିଲା । ଆଉ ବେଶ ଧୁମଧାମରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଆଧୁନିକତାର ପ୍ରବାହରେ ପୁରୁଣା ପ୍ରଥା ପରମ୍ପରା ସବୁ ହଜିଯିବାରେ ଲାଗିଛି । ହେଲେ ପୁରୁଣା ପ୍ରଥାରୁ କିଛି ଝଲକ ସାଉଁଟ ନିିଜ ସ୍ମୃତି ପାଇଁ ସାଇତି ରଖିଛନ୍ତି ଏହି ଦମ୍ପତି ।