ଗାଁରେ ଭୟାବହ ଅଗ୍ନିକାଣ୍ଡ: ପୋଡି ପାଉଁଶ ହୋଇଗଲା ୧୦ରୁ ଅଧିକ ଘର ସହ ବର୍ଷକ ଆହାର

61

କନକ ବ୍ୟୁରୋ: ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୦ରୁ ଅଧିକ ଘର । ସବୁକିଛି ପୋଡି ପାଉଁଶ ହୋଇଯାଇଛି । ନିଆଁର ଭୟବହତା ଅଧିକ ଥିବାବେଳେ ନିଆଁ ଆୟତ କରିବା ମୁସ୍କିଲ ହୋଇପଡିଥିଲା । ଗଂଜାମ ସୋରଡା ବ୍ରାହ୍ମଣଦେଇ ଗାଁରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ବହୁ ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ସକାଳେ ସମସ୍ତେ ପ୍ରାୟ କାମ ପାଇଁ ବାହାରକୁ ଚାଲିଯାଇଥିବା ବେଳେ ଏହି ନିଆଁ ଲାଗିଥିଲା । ଧୀରେ ଧୀରେ ଏହି ନିଆଁ ଚାରିଆଡେ ବ୍ୟାପିବାରେ ଲାଗିଥିଲା । ସା୍ଥନୀୟ ଲୋକେ ନିଆଁକୁ ଆୟତ କରିପାରିନଥିବା ବେଳେ ପହଂଚିଥିଲା ଅଗ୍ନିଶମ ବାହିନୀ । ତେବେ ଘର ଗୁଡିକରେ ନିଆଁ ଲାଗିଯାଇଥିବା ବେଳେ ଆସବାବପତ୍ର ସହ ବର୍ଷକର ଆହାର ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।