ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ଝାଡୁମାରି, ଦଣ୍ଡବତ କରି ରଖିଲେ ଦାବି । ସେପଟେ ସରୁନି ଶିକ୍ଷକଙ୍କ ଆନ୍ଦୋଳନ ।

445

କନକ ବ୍ୟୁରୋ: ରାଜଧାନୀର ରାଜରାସ୍ତାରେ ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ୨ ଦଫା ଦାବି ନେଇ ୨୫ ତାରିଖରୁ ଆନ୍ଦୋଳନ କଲେଣି ହେଲେ ସରକାରଙ୍କ ନଜର ପଡୁନି । ତେଣୁ ଶନିବାର ଦିନ ଲୋୟର ପିଏମଜିରେ ଝାଡୁମାରି ଓ ସାଷ୍ଟାଙ୍ଗ ପ୍ରଣିପାତ କରି ନିଆରା ଢଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶହ ଶହ ଗାଁ ସାଥୀ । ମାସକୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ବଢାଇବା ହେଉଛି ଗାଁ ସାଥୀଙ୍କ ମୁଖ୍ୟଦାବି । ଆଉ ବିଜେପିର ବିଧାୟକ କିନ୍ତୁ ସରକାର ଦାବି ଶୁଣୁଥିବାରୁ ଏଭଳି ନିଆରା ପ୍ରତିବାଦ କରିଛନ୍ତି ଗାଁ ସାଥୀ ।

  • ସରୁନି ଶିକ୍ଷକଙ୍କ ଆନ୍ଦୋଳନ
  • ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ଓଷ୍ଟା

କେବଳ ଗାଁ ସାଥୀ ନୁହନ୍ତି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଆନ୍ଦୋଳନ ବି ପଞ୍ଚମ ଦିନରେ ପହଞ୍ଚିଛି । ଓଷ୍ଟା ଆହ୍ୱାନରେ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଦିନରାତି ଗାନ୍ଧୀମାର୍ଗରେ ପଡିରହିଛନ୍ତି । ଅଗଷ୍ଟ ୯ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଚାଲିଛି । ୨୧ ଦଫା ଦାବିରେ ଶିକ୍ଷକ ଆନ୍ଦୋଳନ କରୁଛନ୍ତି । କିନ୍ତୁ ସରକାର ଦୃଷ୍ଟି ହେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ଓଷ୍ଟା । ଶିକ୍ଷକଙ୍କ ମୁଖ୍ୟ ଦାବି ହେଉଛି…

  • ୬୧୦ ସ୍କୁଲକୁ ସରକାରୀକରଣ
  • ୧୧୦ ବାଳିକା ସ୍କୁଲକୁ ପୂର୍ଣ୍ଣ ଅନୁଦାନ
  • ସମାନ କାମକୁ ସମାନ ଦରମା
  • ଅବସର ପରେ ପେନସନ ପ୍ରଦାନ
  • ଗ୍ରେଡ-ପରେ ଅସଙ୍ଗତି ଦୂର କରିବା

ସେହିପରି ୨୦୦୮ରୁ ୨୦୧୩ ମଧ୍ୟରେ ବେସରକାରୀ ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ ଯୁକ୍ତ ଦୁଇ ଓ ଯୁକ୍ତ ୩ର ଅଧ୍ୟାପିକ, ଅଧ୍ୟାପିକା ଓ କର୍ମଚାରୀ ସରକାରୀ ଅନୁଦାନ ଦାବିରେ ଆନ୍ଦୋଳନ ଚଳାଇଛନ୍ତି । ଆଉ ଆନ୍ଦୋଳନସ୍ଥଳକୁ ବିଜେପି ନେତାମାନେ ଆସି ସମର୍ଥନ ଜଣାଇଛନ୍ତି । ତେବେ ୫ ଦିନରୁ ଅଧିକ ସମୟ ହୋଇଗଲାଣି । ବିଭିନ୍ନ ସଙ୍ଗଠନର ଆନ୍ଦୋଳନରେ କମ୍ପୁଛି ଲୋୟର ପିଏମଜି । କିନ୍ତୁ ସରକାର ଦାବି ଶୁଣୁନଥିବାରୁ ଆନ୍ଦୋଳନକାରୀ ଆନ୍ଦୋଳନକୁ ତୀବ୍ର କରିବାକୁ ସଜବାଜ ହେଉଛନ୍ତି ।