ବଢ଼ିଲା ୨ହଜାର ଟଙ୍କା ନୋଟ ବଦଳି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ନୋଟ ବଦଳାଇବାକୁ ମିଳିଲା ଅଧିକ ସମୟ

99

କନକ ବ୍ୟୁରୋ : ବଢିଲା ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବାର ଅବଧି । ଅବଧି ଆଜି ଶେଷ ହେବାର ଥିବା ବେଳେ ଏହାକୁ ଅକ୍ଟେବାର ୭ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ଏନେଇ ଆରବିଆଇ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା ଯାହା ଆଜି ଶେଷ ହେବାର ଥିଲା । ଗତ ମେ’ରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ଥିଲା । ସଦ୍ୟତମ ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି । ଏବେବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଫେରିନାହିଁ ।