ବାଣ କାରଖାନାରେ ଭୟାନକ ବିସ୍ଫୋରଣ । ୮ ମୃତ,୩ ଗୁରୁତର

195

କନକ ବ୍ୟୁରୋ : ତାମିଲନାଡୁ ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ଗୁରୁବାର ଦିନ ଭୟାନକ ବିସ୍ଫୋରଣ ହୋଇଛି । ଏଥିରେ ୫ ମହିଳାଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ବିସ୍ଫୋରଣ ବେଳେ ବାଣ କାରଖାନା ଭିତରେ ପାଖାପାଖି ୧୦ ଜଣ କର୍ମଚାରୀ ଥିଲେ । ସୂଚନା ଥାଉକି ଚଳିତ ବର୍ଷ ଫେବୃଆରୀ ମାସରେ ମଧ୍ୟ ତାମିଲନାଡୁର ବିରୁଧୁନଗର ଠାରେ ମଧ୍ୟ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆଜିର ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ,କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଜିଲ୍ଲା ଅଧିକାରୀଙ୍କୁ ଆହାତ ମାନଙ୍କର ଚିକିତ୍ସା ନେଇ ଦେଖାରଖା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ କହିଛି କି, ଏହି ବାଣ କାରଖାନାର ୭ ଟି ରୁମରେ ବାଣ ଷ୍ଟୋର କରାଯାଇଥିଲା । ବିସ୍ଫୋରଣରେ ସମସ୍ତ ବାଣ ଜଳିଯାଇଛି ।