ଆଉ କିଛି ସମୟ ପରେ ଇସ୍ତାହାର ଆଣିବ ବିଜେଡି: ଭୋଟରଙ୍କ ପାଇଁ ଆଣିପାରେ ଲୋଭନୀୟ ପ୍ରତିଶ୍ରୁତି

135

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର । ମୋଦୀ ଗ୍ୟାରେଂଟି ଓ କଂଗ୍ରେସ ଗ୍ୟାରେଂଟି ପରେ ନବୀନ ଗ୍ୟାରେଂଟି ଉପରେ ସମସ୍ତଙ୍କ ନଜର ରହିଛି । ୨୦୨୪ ନିର୍ବାଚନୀ ବୈତରଣୀ ପାରର ହେବା ପାଇଁ ବିଜୁ ଜନତା ଦଳ ତାର ଇସ୍ତାହାରରେ କେଉଁ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛି, ତାହା ଦେଖିବାର କଥା । ଆଶା କରାଯାଉଛି ଯୁବ, ମହିଳା, ଚାଷୀ, ଉଦ୍ୟୋଗୀ, ସମାଜର ସବୁ ବର୍ଗ ପାଇଁ କିଛି ନା କିଛି ପ୍ରତିଶ୍ରୁତି ଦିଆଯାଇପାରେ । ଏଥିପାଇଁ ବିଜେଡି ପୂର୍ବରୁ ଏକ କମିଟି ଗଢ଼ିଥିଲା । ଇସ୍ତାହାରର ରୂପରେଖ ପ୍ରସ୍ତୁତ କରିବାକୁ ସାଧାରଣ ଲୋକଙ୍କ ଠାରୁ ମତାମତ ମଗାଯାଇଥିଲା ।