ମାଟ୍ରିକ ପରୀକ୍ଷାରେ ନିଜ ସଫଳତାକୁ ଦେଖିବାକୁ ରହିଲେ ନାହିଁ ଛାତ୍ରୀ: ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନୁଗୁଳର ସ୍ୱାତୀ ରଖିଛନ୍ତି ୯୦ ପ୍ରତିଶତ ମାର୍କ

1,213

କନକ ବ୍ୟୁରୋ: କେତେ ନିଷ୍ଠୁର ମୃତ୍ୟୁ । ଏହି ଛୋଟ ଝିଅଟି ଆଉ ଏ ଦୁନିଆରେ ନାହିଁ । ସେ ସିନା ନାହିଁ ହେଲେ ଏବେ ତା ପରିଶ୍ରମର ମୂଲ ଆସିଛି । ଆଶା ଅନୁସାରେ ମାଟ୍ରିକ ରେଜଲ୍ଟ ଆସିଛି । ଅନୁଗୁଳର ସୁଚରିତା ଜେନା ଯାହା କହୁଥିଲେ ସେଇଆ ହୋଇଛି । ତାଙ୍କ ଆଶା ଅନୁସାରେ ମାଟ୍ରିକ୍ରେ ୯୦ପ୍ରତିଶତ ମାର୍କ ରଖିଛନ୍ତି, ହେଲେ ଏହି ସଫଳତାକୁ ସେଲିବ୍ରେଟ କରିବା ପାଇଁ ଆଜି ସେ ବାପା-ମାଆଙ୍କ ପାଖର ନାହାନ୍ତି ।

ମାଟ୍ରିକ ପରୀକ୍ଷା ସରିବା ପରେ ବାପା ଅଭିରାମ ଜେନାଙ୍କ ସହ ମାମୁ ଘରକୁ ଯାଉଥିଲେ ସ୍ୱାତୀ । ହେଲେ ବାଟରେ ମାଟ୍ରିକ ଛାତ୍ରୀଙ୍କୁ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାର ଶିକାର ହୋଇ ସ୍ୱାତୀ ଆରପାରିକୁ ଚାଲିଯାଇଛନ୍ତି । ହେଲେ ସ୍କୁଲରେ ଥିବା ସ୍ମୃତି ଏବେ ବି ଅଲିଭା ରହିଛି । ଯାହାକୁ ଝୁରୁଛନ୍ତି, ଅନୁଗୁଳ ଗାନ୍ଧୀ ମାର୍ଗ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସହପାଠୀ ଓ ଗୁରୁଜୀ-ଗୁରୁମା ।

କାନ୍ଦବୋବାଳିରେ ଫାଟି ପଡୁଛି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଆଉ ଷ୍ଟ୍ରେଚରରେ ସବୁ ଦିନ ପାଇଁ ଶୋଇ ଯାଇଛି ଜଣେ ମେଧାବୀ ଛାତ୍ର । ମାଟ୍ରିକ ପରୀକ୍ଷାରେ ୮୬ ପ୍ରତିଶତ ନମ୍ବର ରଖିଥିବା ଛାତ୍ର ଚନ୍ଦନ ମହାପାତ୍ର ଆଉ ଭବିଷ୍ୟତରେ ମହକିବେ ନାହିଁ । କାରଣ ପୋଖରୀରେ ଗାଧେଇବା ବେଳେ ତାଙ୍କୁ କୋଳେଇ ନେଇଛି ମୃତ୍ୟୁ ।