ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାମରେ ଯୋଡି ହେଲା ଆଉ ଏକ ରେକର୍ଡ, ୧୦୦ ଘଣ୍ଟାରେ ନିର୍ମାଣ ହେଲା ୧୦୦ କିଲୋମିଟର ରାସ୍ତା

1,214

କନକ ବ୍ୟୁରୋ : ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ନାମରେ ପୁଣି ଏକ ନୂଆ ରେକର୍ଡ ଯୋଡି ହୋଇଛି । ଉତ୍ତର ପ୍ରଦେଶର ଗାଜିଆବାଦ -ଅଲିଗଡ ଏକ୍ସପ୍ରେସୱେ ୧୦୦ ଘଣ୍ଟାରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କାମ ଶେଷ ହୋଇଛି । ୧୦୦ ଘଣ୍ଟାରେ ୧୧୨ କିଲୋମିଟର ରାସ୍ତା ନିର୍ମାଣ କରି ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧୀକରଣ ବିଶ୍ୱ ରେକର୍ଡ କରିଛି । ଏହା ପୂର୍ବରୁ ୧୦୫ ଘଣ୍ଟାରେ ୭୫ କିଲୋମିଟର ରାସ୍ତା ନିର୍ମାଣ କରି ରେକର୍ଡ କରାଯାଇଥିଲା । ଗାଜିଆବାଦ-ଅଲିଗଡ ଏକ୍ସପ୍ରେସୱେର କାମ ମେ’୧୫ ତାରିଖରେ ଆରମ୍ଭ ହୋଇଥିଲା , ଯାହାକି ଆଜି (୧୯ ତାରିଖ) ସମାପ୍ତ ହୋଇଛି । ଏହି ରାସ୍ତା ୬ ଲେନ ବିଶିଷ୍ଟ ନିର୍ମାଣ କରାଯାଇଛି ।

ଗାଜିଆବାଦ-ଅଲିଗଡ ରାସ୍ତା ନିର୍ମାଣ ପାଇଁ ୬ଟି ହାଟାମିକ୍ସ ପ୍ଲାଣ୍ଟ, ୧୫ଟି ସେନସର ପାୱାର ଓ ୨୦୦୦ ଲୋକ ନିୟୋଜିତ ଥିଲେ । ଏହା ବ୍ୟତୀତ ୨୫୦ ଜଣ ଇଂଜିନିୟର ଏହି କାମରେ ନିୟୋଜିତ ହୋଇଥିଲେ । ମୋଟ ୨୨୫୦ ଜଣ କର୍ମଚାରୀ ଓ ଅଧିକାରୀ ଏହି କାମକୁ ସଫଳତାର ସହ ସମାପ୍ତ କରିଛନ୍ତି ।