ଅମାନିଆ ହୋଇ ଜରିମାନା ଗଣୁଛନ୍ତି ବ୍ରହ୍ମପୁରବାସୀ: ୪ ମାସରେ ପ୍ରାୟ ୪ କୋଟିର ଫାଇନ୍ ଆଦାୟ କରିଛି ପୁଲିସ

239

କନକ ବ୍ୟୁରୋ: ବ୍ରହ୍ମପୁର ସହରରେ ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କରୁଥିଲେ ସାବଧାନ । ଧରାପଡିଲେ ଜରିମାନା ଗଣିବେ ଆପଣ, ଆଉ ଗାଡିକୁ ଜବତ କରିବ ପୁଲିସ । ଏତିକିରେ ଦଣ୍ଡ ସରିନି, ଗାଡି ମାଲିକଙ୍କ ନାଁରେ ମାମଲା ରୁଜୁ ହେବ । ରେସମ ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏପରି କଡା ପଦକ୍ଷେପ ନେଇଛି ବ୍ରହ୍ମପୁର ପୋଲିସ । ଏନେଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଯାଂଚ ଆରମ୍ଭ ହୋଇଯାଇଛି ।

ଏହି ଯାଂଚ ବେଳେ ଅମାନିଆଙ୍କ ଠାରୁ ୪ମାସ ମଧ୍ୟରେ ପ୍ରାୟ ୪ କୋଟି ଟଙ୍କା ଜରିମାନ ଆଦାୟ ହୋଇଛି । ସେହି ସମୟରେ ୩୭ହଜାର ୫୫୬ଜଣ ଟ୍ରାଫିକ୍ ନିୟମ ଉଲଙ୍ଘନ କରିଛନ୍ତି । ସେମାନଙ୍କ ଠାରୁ ୩କୋଟି ୮୦ଲକ୍ଷ ୩୧ହଜାର ଟଙ୍କା ଜରିମାନା ଆଦାୟ କରିଛି ବ୍ରହ୍ମପୁର ପୁଲିସ । ୮୧୩ଜଣ ଟ୍ରାଫିକ ଉଲଙ୍ଘନକାରୀଙ୍କ ଟ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ସୁପାରିଶ କରାଯାଇଛି । ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଡ୍ରାଇଭ କରି ଟ୍ରିପଲ ରାଇଡ୍ ପ୍ରତି ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଦିନରେ ୨୬ଟି ମାମଲା ରୁଜୁ ହୋଇଥିଲା, ୧୫ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

ଗତ ୧୪ତାରିଖରେ ଛିନତାଇ କରୁଥିବା ଏକ ଡକାୟତ ଦଳକୁ ଧରିବାରେ ସଫଳ ହୋଇଛି ପୋଲିସ । ଏହାପରେ ଯାଂଚକୁ ଆହୁରୀ କଡାକଡି କରାଯାଇଛିା ଆଗାମୀ ଦିନରେ ଏହାକୁ ଆହୁରୀ କଡାକଡି କରାଯିବା ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।