ବଢୁଛି ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ: ସାମ୍ନାକୁ ଆସିଲେ ସମ୍ପର୍କୀୟ ଅଙ୍କଲ୍

460

କନକ ବ୍ୟୁରୋ: ଦୀପାଳି ହୋଟେଲରେ ଶୁଭଲକ୍ଷ୍ମୀଙ୍କର କେମିତି ହେଲା ମୃତ୍ୟୁ । ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ । ସେ ଏଭଳି ଚରମ ନିଷ୍ପତି ନେବା ପାଇଁ କିଏ ତାଙ୍କୁ ବାଧ୍ୟ କରିଥିଲେ । କୌଣସି ବ୍ଲାକମେଲର ଶିକାର ହୋଇଥିଲେ କି? ସାଧାରଣରେ ଏମିତି ଏକାଧିକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ସାମନାକୁ ଆସିଛନ୍ତି ଅଙ୍କଲ । ଆଉ କହିଛନ୍ତିି, ପୂରା କାହାଣୀ । ତେବେ ଭିଡିଓ ରଖି ବ୍ଲାକମେଲ କରିବା କଥାକୁ ସେ ଅସ୍ୱୀକାର କରିଛନ୍ତି ।

ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦୀପାଳି ହୋଟେଲର ୨୦୫ ନମ୍ବର ରୁମରେ ମୃତ୍ୟୁ ପୂର୍ବରୁ କଣ ହୋଇଥିଲା ସେ ନେଇ ପୁଲିସ ଛାନଭିନ ଜାରି ରଖିଥିବାବେଳେ ଏବେ ସାମ୍ନାକୁ ଆସିଛନ୍ତି ସମ୍ପର୍କୀୟ ଅଙ୍କଲ । ସେ କହିଛନ୍ତି, ଶୁଭଲକ୍ଷ୍ମୀଙ୍କୁ କାମର ଆବଶ୍ୟକ ଥିଲା । କିନ୍ତୁ ନାବାଳିକା ଥିବାରୁ ତାଙ୍କୁ କେହି କାମ ଦେଇନଥିଲେ । ପରେ ସେ ତାଙ୍କ ପାଇଁ କାମ ଯୋଗାଡ କରିଥିଲେ । ସମ୍ପର୍କୀୟ ଅଙ୍କଲ ଆହୁରି ସଫେଇ ଦେଇଛନ୍ତି, ୩ ମାସ ହେଲା ଶୁଭଲକ୍ଷ୍ମୀ ତାଙ୍କ ପାଖରେ ରହୁନଥିଲେ । ତାଙ୍କ ଭିଡିଓ ରଖି ବ୍ଲକାମେଲ କରିବା କଥାକୁ ସେ ଅସ୍ୱୀକାର କରିଛନ୍ତି ।

ପ୍ରଶ୍ନ ଉଠୁଛି, ଯଦି ସବୁ ଠିକଠାକ ଥିଲା ତାହାେହେଲେ ଶୁଭଲକ୍ଷ୍ମୀ କାହିଁକି ଆତ୍ମହତ୍ୟା କଲେ । ପ୍ରେମ ବ୍ୟାପାରକୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସମ୍ପର୍କୀୟ ଅଙ୍କଲ ସନ୍ଦେହ ପ୍ରକାଶ କରିଛନ୍ତି । ଅଙ୍କଲଙ୍କ ଯୋଗୁଁ ବିଭିନ୍ନ ସମୟରେ ଶୁଭଲକ୍ଷ୍ମୀ ଚାପରେ ରହୁଥିଲେ ବୋଲି ଅଭିଯୋଗ ଆସିଥିଲା ।

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ପୋଲିସ ନିକଟକୁ ଆସିଛି କଲ ଡିଟେଲ୍ସ ରିପୋର୍ଟ । କୁହାଯାଉଛି, ଏଥିରେ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । କଲ ଡିଟେଲ ରିପୋର୍ଟରୁ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ମଗା ଯାଇଥିଲା ସିଡିଆର ରିପୋର୍ଟ । ପ୍ରଥମ ବୟଫ୍ରେଣ୍ଡ ସଂଜୟଙ୍କୁ ଡାକି ପଚରାଉଚରା ପରେ ଦ୍ୱିତୀୟ ବୟଫ୍ରେଣ୍ଡ ଅନୀଲକୁ ଥାନାକୁ ଡାକି ଜେରା କରାଯାଇଛି ।

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇସାରିଛି । ନିଶାସେବନ କରିଥିବା ସନ୍ଦେହରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ପ୍ରଶ୍ନ ଉଠୁଛି,
କଲ ଡିଟେଲ ରିପୋର୍ଟରୁ ବାହାରିବ କି ସତ?
କଣ ପାଇଁ ଚାପରେ ଥିଲେ ଶୁଭଲକ୍ଷ୍ମୀ?
ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଥିଲେ?
ମୃତ୍ୟୁ ପଛରେ ବ୍ଲାକମେଲିଂ ନା ଅନ୍ୟ କାରଣ?