‘ଭାରତ ପେ’ର ସିଇଓ ପଦରୁ ଇସ୍ତଫା ଦେଲେ ସୁହେଲ ସମୀର, ଜାଣନ୍ତୁ କାହାକୁ ମିଳିଲା ଏହି ପଦ ?

424

କନକ ବ୍ୟୁରୋ : ‘ଭାରତ ପେ’ର ସିଇଓ ସୁହେଲ ସମୀର ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । କମ୍ପାନୀ ତରଫରୁ କୁହାଯାଇଛି କି, ଗତବର୍ଷ କମ୍ପାନୀର ସହ ସଂସ୍ଥାପକ ଅଶନୀର ଗ୍ରୋବରଙ୍କୁ ବାହାର କରାଯିବା ପରେ ଏହି ପଦରେ ସୁହେଲ ସମୀରଙ୍କୁ ନିଯୁକ୍ତି ମିଳିଥିଲା ।

କମ୍ପାନୀର ନେତୃତ୍ୱ ସ୍ତରରେ ବଡ ପରିବର୍ତନ ପରେ ସମୀର ଏବେ କମ୍ପାନୀର ମୁଖ୍ୟ ରଣନୀତି ଅଧିକାରୀ ପଦ ସମ୍ଭାଳିବେ । ଏନେଇ କମ୍ପାନୀ ତରଫରୁ ମଧ୍ୟ ଘୋଷଣା ହୋଇସାରିଛି । ସେପଟେ କମ୍ପାନୀର ସିଏଫଓ ନଲୀନ ନେଗୀ ବରିଷ୍ଠ ଅଧିକାରୀଙ୍କୁ ଅନ୍ତରୀଣ ସିଇଓ ଭାବେ  ନିଯୁକ୍ତ କରାଯାଇଛି । ଏହାସହ କମ୍ପାନୀ ଖୁଲାସା କରିଛି କି, କମ୍ପାନୀର ଉତରାଧିକାରୀ ଯୋଜନାରେ ସହାୟତା କରିବା ଓ କମ୍ପାନୀ ପାଇଁ ଜଣେ ନୂଆ ସିଇଓଙ୍କୁ ଚିହ୍ନଟ କରିବା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।

ଭାରତ ପେ ବୋର୍ଡର ଚେୟାରମ୍ୟାନ ରଜନୀଶ କମାର କହିଛନ୍ତି କି, କମ୍ପାନୀରେ ସମୀରଙ୍କ କାର୍ଯ୍ୟଦକ୍ଷତା ଓ କମ୍ପାନୀକୁ ବିଭିନ୍ନ ଚ୍ୟାଲେଞ୍ଜରେ ସଫଳତା ଦେଇଥିବାରୁ ସେ ସମୀରଙ୍କ ପାଖରେ କୃତଜ୍ଞ । ଏହାସହ ଅନ୍ତରୀଣ ସିଇଓ ଭାବେ ନଲୀନ ନେଗୀଙ୍କ ଭୂମିକାକୁ ମଧ୍ୟ ସେ ସମର୍ଥନ କରିଛନ୍ତି ।

ନଲୀନ ନେଗୀ ୨୦୨୨ ରେ ଭାରତ ପେ ସହିତ ଯୋଡି ହୋଇଥିଲେ । ଏହା ପୂର୍ବରୁ ସେ ୧୦ବର୍ଷ କାଳ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଡସ ବିଭାଗର ମୁଖ୍ୟ ଆର୍ଥିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ।