ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା : ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଆଶଙ୍କା

101

କନକ ବ୍ୟୁରୋ : ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମ୍ଭାବନା ଥିବା କହିଛନ୍ତି ଏସଆରସି । ସେହିପରି ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଛି । କାନ୍ଥ ପଡ଼ି ୪ଜଣଙ୍କର ମୃତ୍ୟୁ ହୋଇଛି । ମହାନଦୀର ତଳ ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ୩୭ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ହୀରାକୁଦରୁ ୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେବ । ପାଖାପାଖି ୮୦ ହଜାର କ୍ୟୁସେକ୍ ଜଳ ଛାଡ଼ିବାର ଲକ୍ଷ୍ୟ ରଖାଯଇଥିବା କହିଛନ୍ତି ଏସଆରସି ।