ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

46

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ୨୪ ନମ୍ବର ଗେଟ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ବ୍ୟାରେଜ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ତୁରନ୍ତ ଖୋଲାଥିବା ଗେଟଗୁଡ଼ିକ ବନ୍ଦ କରିଥିଲେ । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଯୁବତୀଙ୍କୁ ଉଦ୍ଧାର କରିବା ପରେ ଡ଼ଙ୍ଗା ସାହାଯ୍ୟର କୂଳରେ ପହଞ୍ଚାଇଥିଲେ । ଯୁବତୀଙ୍କୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ପଠାଯାଇଥିଲା । ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣାପଡ଼ିନାହିଁ ।