ଓଡିଶାରେ ଓମିକ୍ରନ୍ ଚିହ୍ନଟ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଆତଙ୍କିତ ହେବା ଭଳି ସ୍ଥିତି ନାହିଁ, ସତର୍କ ରହିବା ଜରୁରୀ

190

କନକ ବ୍ୟୁରୋ : ଓଡ଼ିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି । ସେମାନେ ବିଦେଶରୁ ଆସିବା ପରେ ଆଇସୋଲେସନରେ ଥିଲେ । ଉଭୟଙ୍କ କଂଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି ଜଣେ ୧୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ୧୦ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖାଯାଇଛି ।

ଜଣଙ୍କର ଲକ୍ଷଣ ନଥିବା ବେଳେ ଅନ୍ୟ ଜଣଙ୍କର ସ୍ୱଳ୍ପ ଲକ୍ଷଣ ଥିବା କହିଛନ୍ତି । ଗତ ନଭେମ୍ବର ୨୧ ପରଠାରୁ ସର୍ଭେଲାନ୍ସରେ ରଖାଯାଇଥିଲା । ୮ ହଜାର ୮୦୦ରୁ ଅଧିକ ଯାତ୍ରୀ ବିଦେଶରୁ ଆସିଥିଲେ । ୧୬ଶହ ପାଖାପାଖି ଆଟ ରିସ୍କ କଂଟ୍ରିରୁ ଆସିଥିଲେ । ସେମାନଙ୍କ ଭିତରୁ ୧୨ ଜଣ ଆରଟିପିସିଆର ପଜିଟିଭ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ ୪ ପଜିଟିଭ ନମୁନା ଜିନମ ସିକ୍ୱେନ୍ସିଂରୁ ଓମିକ୍ରନ ବାହାରି ନଥିଲା । ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ୱେନ୍ସିଂରୁ ୨ଜଣ ଓମିକ୍ରନ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ନିରଂଜନ ମିଶ୍ର ।