ଶେଷ କ୍ୟାବିନେଟରେ ୭ଟି ବିଭାଗର ୧୪ଟି ପ୍ରସ୍ତାବରେ ବାଜିଲା ମୋହର । ମହାନଦୀରେ ହେବ ଆଉ ଏକ ସେତୁ, ଶକ୍ତି ବିଭାଗର ୧୮୪୫ କୋଟି ୭୬ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ

447

କନକ ବ୍ୟୁରୋ : ୭ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି ବିଜେଡି ସରକାରର ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ । ଏଥିରେ ୧୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଯାଦବ ଭବନ ପ୍ରତିଷ୍ଠା ହେବ । ଏଥିପାଇଁ ଅଧ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର । ମହାନଦୀ ଉପରେ ସାଲେପୁର–ବ୍ରାହ୍ମଣଖଣ୍ଡ ସାହୁଖେତରେ ବ୍ରିଜ୍ ତିଆରି ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୨୮କୋଟି ୭୧ ଲକ୍ଷ ଟଙ୍କା । ୩ ବର୍ଷ ମଧ୍ୟରେ ପୋଲ ନିର୍ମାଣ କାମ ସାରିବାକୁ କ୍ୟାବିନେଟ୍ରେ ନିଷ୍ପତି ହୋଇଛି । ଶକ୍ତି ବିଭାଗର ୬ଟି ହାଇଭୋଲଟେଜ୍ ଗ୍ରୀଡ୍ ସ୍ଥାପନ ହେବ । ଖୁଂଟୁଣୀ ଗ୍ରୀଡର ଅପଗ୍ରେଡ୍ସନ୍ କରାଯିବ । ଶିଳ୍ପାୟନ ପାଇଁ ୭ଟି ତାରର ବିକାଶ କରାଯିବ । ସେହିଭଳି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରସ୍ତାବକୁ ମଂଜୁରୀ ମିଳିଛି । କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମିଳିଲା ମଂଜୁରୀ । ଅମିନ ଓ ଏଆରଆଇଙ୍କ ପଦୋନ୍ନତିକୁ ଅନୁମତି ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏହାସହ ଜଳସେଚିତ ଅଂଚଳରେ ପୁରୁଣ କେନାଲର ନବୀକରଣ କରାଯିବ । ଏହି କାମର ଅବଧି ବଢାଇବା ନେଇ ନିଷ୍ପତି ହୋଇଛି । ସେହିଭଳି ଚାଉଳିଆଗଂଜରେ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ କରିବା ନେଇ ଦିଆଯାଇଥିବା ପସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ପ୍ରଦାନ କରିଛନ୍ତି ।