ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ସାଙ୍ଗର ପ୍ରେମ ପାଇଁ ଜୀବନ ହରାଇଲା ସାଙ୍ଗ, ରାଜଧାନୀରେ ଚାଂଚଲ୍ୟ

1,342

କନକ ବ୍ୟୁରୋ : ଅଞ୍ଜନ ବେହେରା ଓ ଗୌତମ ସାହୁ ଦୁଇଜଣ ସାଙ୍ଗ । କ୍ୟାଟେରିଙ୍ଗ ସଂସ୍ଥାରେ କକଟେଲ ବୟ ଭାବରେ କାମ କରନ୍ତି । ଗୌତମଙ୍କ ବାନ୍ଧବି ନିହାରିକା । ନିହାରିକାଙ୍କ ସହ ଗୌତମର ଫୋନ କଲ, କଥାବାର୍ତା ଆଉ ମିଳିମିଶା । ଏସବୁକୁ ଭଲରେ ଦେଖି ପାରୁ ନଥିଲା ନିହାରିକାଙ୍କ ପୁରୁଣା ପ୍ରେମିକ କାହ୍ନା ପ୍ରଧାନ ଓରଫ ପିଙ୍କୁ । ଗୌତମ ଓ ନିହାରିକାର ଏହି ମିଳାମିଶାକୁ ନେଇ ପିଙ୍କୁ ଓ ନିହାରିକାଙ୍କ ମଧ୍ୟରେ ବାରମ୍ବାର ତାଗିଦ ଆଉ ପାଟିତୁଣ୍ଡ ମଧ୍ୟ ହୋଇଛି । ତେଣୁ ସବୁଦିନ ପାଇଁ ଗୌତମକୁ ରାସ୍ତାରୁ ହଟାଇବା ପାଇଁ ପିଙ୍କୁ ଓ ନିହାରିକା ଏକ ହତ୍ୟାକାଣ୍ଡର ପ୍ଲଟ ତିଆରି କରିଥିଲେ । ଯୋଜନା ମୁତାବକ ଚିନ୍ତାମଣୀଶ୍ୱର ଛକକୁ ଫୋନ କରି ଗୌତମକୁ ଡାକିଥିଲେ । ଗୌତମ ଓ ଅଂଜନ ନିହାରିକାକୁ ଦେଖା କରିବା ପାଇଁ ଏକ ହୋଟେଲ ସମ୍ମୁଖରେ ପହଂଚିଥିଲେ । ପୁର୍ବରୁ ପ୍ରସ୍ତୁତ ଥିବା ପିଙ୍କୁ ଓ ତାର ୪ ସହେଯାଗୀ ନିହାରିକା ସମେତ ଘଟଣାସ୍ଥଳରେ ଅସ୍ତ୍ର ଶସ୍ତ୍ର ସହ ପ୍ରସ୍ତୁତ ରହିଥିଲେ । ସାମାନ୍ୟ କଥା କଟିକଟି ଆଉ ପାଟିତୁଣ୍ଡ ଭିତରେ ଗୌତମକୁ ଆକ୍ରମଣ କରିଥିଲେ । ଗୌତମ ଘଟଣାସ୍ଥଳରେ ଅଞ୍ଜନକୁ ଛାଡି ଦୌଡି ପଳାଇଥିଲା    । ଅନ୍ୟମାନେ ଅଞ୍ଜନକୁ ଏକୁଟିଆ ପାଇ ବିଚ ରାସ୍ତାରେ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ହାଣି ହତ୍ୟା କରିଥିଲେ । ଆଉ ଏସବୁକୁ ଗୌତମ ଦେଖିଥିବା କନକ ନ୍ୟୁଜକୁ କହିଛନ୍ତି  ।

ହତ୍ୟାକଣ୍ଡକୁ ନେଇ ରାଜଧାନୀରେ ଚାଂଚଲ୍ୟ । ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଲୋକଙ୍କ ଗହଳି ସାଙ୍ଗକୁ କୋକୁଆ ଭୟ । ଗାଁରେ ତାଟି କବାଟ ପଡିବା ଚିନ୍ତାମଣିଶ୍ୱର ଛକରେ ଦୋକାନ ବଜାର ବନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । କେହି କେହି ନିଜ ଦୋକାନ ବି ବନ୍ଦ କରି ଘରକୁ ପଳାଇ ଥିଲେ । ଭେଣ୍ଡିଆ ପୁଅକୁ ହରାଇଥବା ଅସହାୟ ମାଆର ଛାତି ଫଟା ଚିକ୍ରାର ସମସ୍ତଙ୍କୁ ସ୍ତବ୍ଦ କରି ଦେଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ପ୍ରେମିକ ପ୍ରେମିକାକୁ ଏବେ ପୁଲିସ ଖୋଜୁଛି ।

ଏଠାରେ ପ୍ରଶ୍ନ ଉଠୁଛି –
– ଟାର୍ଗେଟରେ ଥିଲେ ଗୌତମ ହେଲେ ଅଞ୍ଜନଙ୍କୁ କାହିଁକି ହତ୍ୟା କଲେ ଦୁର୍ବୁତ?
– ଗୌତମକୁ ରାସ୍ତାରୁ ହଟାଇବା ପାଇଁ କିଏ ରଚିଥିଲା ଷଡଯନ୍ତ୍ର?
– ନିହାରିକା ଆଉ ପିଙ୍କୁଙ୍କ ସେହି ସହଯୋଗୀ ମାନେ କିଏ?
– କୁଆଡେ ଗଲେ ଜେଲ ଫେରନ୍ତା ପ୍ରେମିକ ପିଙ୍କୁ ଆଉ ପ୍ରେମିକା ନିହାରିକା?

ତେବେ ଏହି ହତ୍ୟାକାରୀଙ୍କୁ ପୁଲିସ କେବେ ପିନ୍ଧାଇବା ହାତକଡି ତାଉପରେ ରହିଛି ସମସ୍ତଙ୍କ ନଜର ।