ତାତିରେ ରେକର୍ଡ କଲା ସୋନପୁର । ୪୪.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ।

79

କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହ ସହ ବିଭିନ୍ନ ସହରରେ ବଢିଚାଲିଛି ତାପମାତ୍ରା । ଆଉ ଏହାରି ଭିତରେ ୪୪.୫ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ତେବେ ଚଳିତ ବର୍ଷ ତାତିରେ ରେକର୍ଡ କରିଛି ସୋନପୁର ଜିଲ୍ଲା । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଆକାଶରୁ ବର୍ଷୁଛି ନିଆଁବର୍ଷା । ଗତକାଲି ୨୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ୧୦ଟି ସ୍ଥାନରେ ପାରା ୪୨ ଡିଗ୍ରୀ ରହିଥିଲା । ମଙ୍ଗଳବାର ବି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହୋଇଥିଲା ସୋନପୁର । ଗତକାଲି ଦେଶର ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ସୋନପୁର ନବମ ସ୍ଥାନରେ ରହଥିଲା ।