ମଶାରୀ ଭିତରେ ନାଗ । ଶୋଇବାକୁ ଗଲାବେଳେ ବାହାରିଲା ବିରାଟ ସାପ

495

କନକ ବ୍ୟୁରୋ : ମଶାରୀ ଭିତରେ ନାଗ । ଶୋଇବା ଘରେ ମଶାରୀ ଭିତରୁ ଉଦ୍ଧାର ହୋଇଛି ୪ଫୁଟର ନାଗ ସାପ । ପୁରୀ ପିପିଲି ଖଣ୍ଡି ମଙ୍ଗଳପୁର ଗାଁର ଜଣକ ଘରୁ ଏହି ନାଗ ସାପ ଉଦ୍ଧାର କରାଯାଇଛି । ପରିବାର ଲୋକେ ଖାଇସାରି ଶୋଇବାକୁ ଯିବା ସମୟରେ ମଶାରୀ ଭିତରେ ନାଗ ସାପ ଥିବା ଦେଖିଥିଲେ ।

ମଶାରୀ ଚାରିପଟେ ବନ୍ଦ ଥିବାରୁ ସାପଟି ବାହାରକୁ ଯାଇପାରିନଥିଲା । କିଛି ସମୟ ଧରି ମଶାରୀ ଭିତରେ ସାପଟି ଅସ୍ତବ୍ୟସ୍ତ ହୋଇ ବୁଲିବାରେ ଲାଗିଥିଲା । ତେବେ ପରିବାର ଲୋକେ ସ୍ନେକ ହେଲପଲାଇନ୍କୁ ଜଣାଇଥିଲେ । କିଛି ସମୟରେ ସ୍ନେକ ହେଲପଲାଇନ ସଦସ୍ୟ ପହଂଚି ସାପଟିକୁ ମଶାରୀ ଭିତରୁ ଉଦ୍ଧାର କରିଥିଲେ । ନାଗ ସାପଟିକୁ ନେଇ ଗାଁ ବାହାରେ ଥିବା ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଥିଲା ।