ରାଜ୍ୟ ସରକାରଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, ଖଣି ମାଫିଆଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଓଡିଶା ସରକାର ।

115

କନକ ବ୍ୟୁରୋ: ରାଜ୍ୟର ଶାସକ ଦଳକୁ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗୁନ ସିଂ କୁଲସ୍ତେ କହିଛନ୍ତି, ଓଡି଼ଶାରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ଓଡିଶା ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ ଲଢ଼ୁଥିବା ବିଜେଡିର ପ୍ରତ୍ୟେକ ପ୍ରାର୍ଥୀ ଖଣି ସହ ଜଡିତ ବୋଲି ସେ ଦାବି କରିଛନ୍ତି । ରାଜ୍ୟରେ ଡ଼ିଏମଏଫ ସଠିକ ବିନିଯୋଗ ହେଉନି କାହିଁକି । ଖଣି ଦୁର୍ନୀତିରେ ଶାହା କମିଶନ ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ରାଜ୍ୟର ଏବେ ୩୦ ଲକ୍ଷ ପରିବାର ଦାଦନ ଖଟିବାକୁ ଯାଉଛନ୍ତି । କାହିଁକି ଦାଦନ ସମସ୍ୟାର ସମାଧାନ ହୋଇପାରୁନି । ଏହା ସହ ମହିଳା ଅତ୍ୟାଚାର ମାମଲାରେ ଫସିଥିବା ନେତାଙ୍କୁ କାହିଁକି ଟିକେଟ ଦେଲା ବିଜେଡି ବୋଲି ପ୍ରଶ୍ନ କରିଛନ୍ତି । ଚିଟଫଣ୍ଡରେ ୨ କୋଟି ଲୋକଙ୍କର ୪୫୦୦ କୋଟି ଲୁଟ ହୋଇଛି । ତଦନ୍ତ ହୋଇଛି ହେଲେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କୁଲସ୍ତେ ।