ପୁଅର ଫେରିବା ବାଟକୁ ଚାହିଁ ରହିଛି ପରିବାର । ସିକିମ୍ ବନ୍ୟାରେ ନିଖୋଜ ଯୁବ ଓଡ଼ିଆ ଇଞ୍ଜିନିୟର !

189

କନକ ବ୍ୟୁରୋ: କିଶୋର ହାଇଦ୍ରାବାଦର ଏକ କମ୍ପାନରେ ପ୍ରୋଜେକ୍ଟ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ଗତ ଏକ ମାସ ହେଲା କମ୍ପାନୀ କାମରେ ସିକ୍କିମ ଯାଇଥିଲେ । ସିକ୍କିମର ଲୋଚନ ଘାଟିରେ ଥିବା ଆଇଟିବିପି ଯବାନଙ୍କ କ୍ୟାମ୍ପରେ ରହିଥିବା ପରିବାରକୁ ଜଣାଇଥିଲେ କିଶୋର । ପରେ ସେଠାରେ ବନ୍ୟାସ୍ଥିତି ଘଟିଥିବା ଟିଭିରେ ଖବର ଜାଣିବା ପରେ ପୁଅ ପାଖକୁ ଫୋନ କରିଥିଲେ । ହେଲେ ଅଚାନକ୍ ବନ୍ଦ ହୋଇଯାଇଥିଲା ଫୋନ୍ । ସେବେଠାରୁ କିଶୋରଙ୍କ କୌଣସି ଖବର ମିଳୁନାହିଁ ।

କମ୍ପାନୀକୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେମାନେ ସଠିକ୍ ସୂଚନା ଦେଉନଥିବା କରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ନେଇ ମାଲକାନଗିରି ଏସପିଙ୍କୁ ସାକ୍ଷାତ କରି ପୁଅର ନିଖୋଜ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଦିନେ ଦୁଇଦିନ ଭିତରେ ଅନୁସନ୍ଧାନ କରି ନିଖୋଜ ଯୁବ ଇଞ୍ଜିନିୟରଙ୍କ ସଂପର୍କରେ ଖବର ଦେବେ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି ।

ସପ୍ତାହେ ହେଲାଣି ନିଖୋଜ ଯୁବ ଓଡ଼ିଆ ଇଞ୍ଜିନିୟରଙ୍କ କୌଣସି ସୂଚନା ମିଳୁନାହିଁ । ଗତ ୩ ତାରିଖ ଅପରାହ୍ନଠାରୁ ତାଙ୍କର ଖୋଜ ଖବର ମିଳୁନଥିବାରୁ ଚିନ୍ତାରେ ଏବେ ପୂରା ପରିବାର ।