ଚତୁର୍ଥ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ୧୫ଶହରୁ ଅଧିକ ହମାସ ଆତଙ୍କବାଦୀ ନିହତ, ଆତଙ୍କୀଙ୍କୁ ଖୋଜିଖୋଜି ମାରୁଛି ଇସ୍ରାଏଲ

200

କନକ ବ୍ୟୁରୋ : ଇସ୍ରାଏଲରେ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ଇସ୍ରାଏଲ ସେନା । ୧୫ଶହ ହମାସ ଆତଙ୍କବାଦୀଙ୍କ ମୃତ ଦେହ ଇସ୍ରାଏଲରୁ ଠାବ ହୋଇଛି । ସେପଟେ ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହର ଆତଙ୍କବାଦୀ ସୀମାରେ ପଶି ଗୁଳିମାଡ କରିଥିବା ସୂଚନା ମିଳିଛି । ହିଜବୁଲ୍ଲାର ଆକ୍ରମଣ ପରେ ଏବେ ଆଶଙ୍କା ଦେଖା ଦେଇଛି, ଏକାସାଙ୍ଗରେ ଦୁଇ ସୀମାରେ ଶତ୍ରୁ ସହ ଇସ୍ରାଏଲ ସେନା ମୁକାବିଲା କରିବାକୁ ପଡିବ । ସେପଟେ ହିଜବୁଲ୍ଲା ଆତଙ୍କବାଦୀଙ୍କୁ କଡା ଜବାବ ଦେଇଛନ୍ତି ଇସ୍ରାଏଲ ଡିଫେନ୍ସ ଫୋର୍ସେସ୍ । ପାଲେଷ୍ଟିନୀୟ ଆତଙ୍କୀ ସଂଗଠନ ହମାସ୍ ଉପରେ ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ନିଜ ସେନାକୁ ସମଗ୍ର ଗାଜା ପଟ୍ଟି କବକା କରିବାକୁ ନିର୍ଦ୍ଦେଶ ଦେଇଛି । ସେନାକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଇସ୍ରାଏଲ ଘନଘନ ମିସାଇଲ୍, ତୋପ ଓ ରକେଟ୍ ମାଡ଼ କରୁଛି ।

ଯୁଦ୍ଧରେ ୧୫ ଶହ ଉପରେ ଲୋକଙ୍କ ଜୀବନ ଗଲାଣି । ଇସ୍ରାଏଲରେ ମୃତ୍ୟୁ ସଂଖ୍ୟା ୮ ଶହରୁ ଅଧିକ ହୋଇଥିବା ବେଳେ ପାଲେଷ୍ଟାଇନରେ ପ୍ରାୟ ୬ ଶହ ଲୋକଙ୍କ ଜୀବନ ଯାଇଛି । ହମାସର ରକେଟ୍ ମାଡ ଯୋଗୁ ଇସ୍ରାଏଲରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଇସ୍ରାଏଲ ଅଧିକ ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ହମାସ୍ ଧମକ ଦେଇଛି ।

ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏକ ସମ୍ବେଦନଶୀଳ ଚିତ୍ର । ହମାସ ଆତଙ୍କବାଦୀଙ୍କ ବର୍ବରତା ବିରୋଧରେ ଇସ୍ରାଏଲ ସେନାର ମନୋବଳ ବଢାଇବାକୁ ସୈନିକଙ୍କ ପଛରେ ଛିଡା ହୋଇଛନ୍ତି ସାଧାରଣ ନାଗରିକ । ଯୁଦ୍ଧରେ ମୁତୟନ ସୈନିକଙ୍କୁ ଖାଦ୍ୟ ପ୍ୟାକେଟ୍ ଓ କୋଲଡ୍ରିଂସ ବାଂଟିଛନ୍ତି ଇସ୍ରାଏଲ ନାଗରିକ । ଯୁଦ୍ଧ ସମୟରେ ଦେଶବାସୀଙ୍କ ଏଭଲି ସମର୍ଥନ ଇସ୍ରାଏଲ ସେନାର ବଳ ଓ ମନୋବଳ ଉଭୟକୁ ବଢାଇ ଦେଇଛି ।

ଅନ୍ୟ ଏକ ଫଟୋରେ ଦେଖିବାକୁ ମିଳିଛି କିଭଳି ନିଜ ପତ୍ନୀଙ୍କୁ ଅଲବିଦା କହି ଯୁଦ୍ଧ ଲଢ଼ିବାକୁ ଯାଉଛନ୍ତି ଜଣେ ସାମ୍ବାଦିକ । ହମାସାକୁ ପାନେ ଦେବା ପାଇଁ କଲମ ଥୋଇ ଅସ୍ତ୍ର ଧରିଛନ୍ତି ସାମ୍ବାଦିକ ହନନ୍ୟା ନାଫତାଲି । ନାଫତାଲି ଜଣେ ବରିଷ୍ଟ ସାମ୍ବାଦିକ ଓ ଦେଶବାସୀଙ୍କୁ ସେନାରେ ସାମିଲ ହୋଇ ହମାସ ବିରୋଧରେ ଲଢିବାକୁ ଅପିଲ କରିଛନ୍ତି ।

ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ୪ ଦିନ ହେଲା ଜାରି ରହିଥିବାବେଳେ ୧୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଗାଜାରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି