ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଶିଖ୍ ସଂଗଠନର ଧମକ । କହିଲେ, ଆମର ଲଢେଇ ସରକାରଙ୍କ ସହ , ଏହି ଝାମେଲା ମଧ୍ୟକୁ ତୁମେ ଆସ ନାହିଁ

229

କନକ ବ୍ୟୁରୋ : ଖଲିସ୍ତାନୀ ସମର୍ଥକ ତଥା ପଳାତକ ଅମୃତପାଲ ସିଂଙ୍କ କିଛି ସମର୍ଥକଙ୍କୁ ୍ରଆସାମ ଜେଲରେ ରଖାଯାଇଛି । ଆସାମ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଧମକ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉର୍ଦ୍ଦେଶ୍ୟରେ ଗୁରପତବନ୍ତ ସିଂ ପନ୍ନୁ ତରଫରୁ ଏକ ଧମକପୂର୍ଣ୍ଣ ମେସେଜ ଦିଆଯାଇଛି ।

ଗୁରୁପତବନ୍ତ ସିଂ ପନ୍ନୁଙ୍କ ସଂଗଠନ ଶିଖ୍ ଫର ଜଷ୍ଟିସ ତରଫରୁ ଏହି ଧମକପୂର୍ଣ୍ଣ ମେସେଜରେ କୁହାଯାଇଛି କି, ଖଲିସ୍ତାନୀ ଓ ଅମୃତପାଲ ସିଂ ମାମଲାରୁ ହିମନ୍ତ ବିଶ୍ୱଶର୍ମା ଦୂରେଇ ରୁହନ୍ତୁ । ଏହାସହ ଏହି ମସେଜରେ କୁହାଯାଇଛି କି ଖଲିସ୍ତାନୀ ସମର୍ଥକଙ୍କ ଲଢେଇ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସହ ତେଣୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏଥିରେ ସଂପୃକ୍ତ ରହି ହିଂସାର ଶିକାର ହେବାରୁ ବଞ୍ଚିତ ରୁହନ୍ତୁ ।

ଏନେଇ ଶିଖ୍ ଫର ଜଷ୍ଟିସ ସଂଗଠନ ତରଫରୁ ଆସାମର ୧୨ଜଣ ସାମ୍ବାଦିକଙ୍କ ଫୋନ କରି ହିମନ୍ତ ବିଶ୍ୱଶର୍ମାଙ୍କ ଉର୍ଦ୍ଦେଶ୍ୟରେ ଚେତାବନୀ ଦିଆଯାଇଛି । ଫୋନ କରିଥିବା ବ୍ୟକ୍ତିଜଣଙ୍କ ନିଜକୁ ଜଷ୍ଟିସ ଫର ଶିଖ୍ ର ସଦସ୍ୟ ବୋଲି କହିଛି । ଏହାସହ ବ୍ୟକ୍ତିଜଣଙ୍କ କହିଛି କି, ତାଙ୍କୁ ଏଭଳି ଧମକପୂର୍ଣ୍ଣ ମେସେଜ ଦେବାକୁ ଗୁରପତବନ୍ତ ସିଂ ପନ୍ନୁଙ୍କ ତରଫରୁ କୁହାଯାଇଥିଲା । ଫୋନ କଲରେ କୁହାଯାଇଛି କି, ଆସାମ ଜେଲରେ ଥିବା ଖଲିସ୍ତାନୀ ସମର୍ଥକଙ୍କୁ ଜେଲରେ ପ୍ରତାଡିତ କରାଯାଉଛି । ଏଣୁ ଏଭଳି ସମୟ ନଆସୁ କି ହିମନ୍ତ ବିଶ୍ୱଶର୍ମାଙ୍କୁ ହିଂସାର ଶିକାର ହେବାକୁ ପଡୁ ବୋଲି ଫୋନକଲ ମାଧ୍ୟମରେ ଚେତାବନୀ ଦିଆଯାଇଛି ।

ସେପଟେ ଏହି ଫୋନ କଲରେ କୁହାଯାଇଛି କି, ଯଦି ଆସାମ ସରକାର ପଞ୍ଜାବରୁ ଆସାମ ନିଆଯାଇଥିବା ଅମୃତପାଲ ସିଂଙ୍କ ସମର୍ଥକଙ୍କୁ ପ୍ରତାଡିତ କରାଯାଏ ତେବେ ଏହାର ଜବାବ୍ ହିମନ୍ତ ବିଶ୍ୱଶର୍ମାଙ୍କୁ ଦେବାକୁ ପଡିବ ।