ଅସୁସ୍ଥ ସୂର୍ଯ୍ୟ, ଆଶୁ ଆରୋଗ୍ୟ କାମନା କଲେ ନବୀନ

597

କନକ ବ୍ୟୁରୋ : ଅସୁସ୍ଥ ହୋଇ ପଡିଛନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ସୂଚନା ପାଇବା ପରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

 

କହିରଖୁ କି ଗତକାଲି ଏକ ନାଟକୀୟ ଢଙ୍ଗରେ ରାଜ୍ୟର କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ସମେତ ବାଚସ୍ପତିଙ୍କୁ ପଦରୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିଲେ । ଆଶା କରାଯାଉଥିଲା କି ଦଳର ବରିଷ୍ଠ ନେତା ହିସାବରେ ସୂର୍ଯ୍ୟ ପାତ୍ରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମିଳିବ । ସେପଟେ ତାଙ୍କ ଅସୁସ୍ଥତା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରି ସୂର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।