ନବୀନଙ୍କ ନୂଆ ଟିମ: ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ବିଭାଗ ମନ୍ତ୍ରୀ ହେଲେ ଅଶ୍ୱିନୀ ପାତ୍ର । ଅବକାରୀ ବିଭାଗର ତୁଲାଇବେ ଅତିରିକ୍ତ ଦାୟିତ୍ୱ । 

88

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମର ଆଉ ଜଣେ ସରପ୍ରାଇଜ ମନ୍ତ୍ରୀ  ଜଳେଶ୍ୱରରୁ ବିଧାୟକ ଥିବା ଅଶ୍ୱିନୀ ପାତ୍ର । ନବୀନଙ୍କ ନୂଆ ଟିମରେ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତାଙ୍କୁ ନବୀନ ଦେଇଛନ୍ତି । ପର୍ଯ୍ୟଟନ, ସଂସ୍କୃତି, ଓଡିଆ ଭାଷା ସାହିତ୍ୟ ବିଭାଗର ଦାୟିତ୍ୱ ସେ ପାଇଥିବା ବେଳେ ଅବକାରୀ ବିଭାଗର ଦାୟିତ୍ୱ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଅଶ୍ୱିନୀ ତାଙ୍କର ଜିଲ୍ଲାରୁ ମନ୍ତ୍ରୀ ଥିବା ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସ୍ଥାନ ନେବେ । ସମାନ ବିଭାଗ ସମାନ ଦାୟିତ୍ୱ ପାଇଥିବା ବେଳେ ଅବକାରୀ ବିଭାଗର ଗୁରୁତ୍ୱପୂର୍ଣ୍ଣ ତାଙ୍କ ପାଖରେ ରହିଛି । ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଥିବା ବେଳେ ବିଭାଗରେ ଅନେକ ଚ୍ୟାଲେଞ୍ଜ ତାଙ୍କ ଆଗରେ ରହିଛି । ସେଗୁଡିକୁ ସୂଚାରୁ ରୂପ କରିବାର ଦାୟିତ୍ୱ ମଧ୍ୟ ଅଶ୍ୱିନୀ ନେବେ । ତା ସହ ୨୦୨୪ ପୂର୍ବରୁ ଦଳର ପୂର୍ବ ପ୍ରସ୍ତୁତିରେ ତାଙ୍କର ଅନେକ ଭୂମିକା ରହିଛି । ସାଙ୍ଗଠନିକ ଦକ୍ଷତା ସହ ପଞ୍ଚାୟତ ନିର୍ବାଚନର ଫଳ ଅଶ୍ୱିନୀଙ୍କୁ ଏହି ପୁରସ୍କାର ଦେଇଛି ।