ନବୀନଙ୍କ ନୂଆ ଟିମ: ବିଜ୍ଞାନ, କାରିଗରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ହେଲେ ପ୍ରୀତିରଞ୍ଜନ ଘଡେଇ। ରାଷ୍ଟ୍ରମନ୍ତ୍ରୀ ଭାବେ ସମ୍ଭାଳିବେ ନୂଆ ଦାୟିତ୍ୱ। 

138

କନକ ବ୍ୟୁରୋ: ପ୍ରୀତିରଞ୍ଜନ ଘଡେଇ ନବୀନଙ୍କ ନୂଆ ଟିମର ଆଉ ଜଣେ ସରପ୍ରାଇଜ ମନ୍ତ୍ରୀ ଥିଲେ। ଜଣେ ଯୁବ ଚେହେରା ଭାବେ ସେ ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଛନ୍ତି । ସାଙ୍ଗଠନିକ ଦକ୍ଷତା ଦେଖାଇ ସାରିଥିବା ପ୍ରୀତିରଞ୍ଜନ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ । ଦଳ ପ୍ରତିଥିବା ଆନୁଗତ୍ୟ କାରଣରୁ ସେ ମନ୍ତ୍ରୀ ପଦ ପାଇଛନ୍ତି । ବିଜ୍ଞାନ, କାରିଗରୀ ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ପଦ ତାଙ୍କୁ ମିଳିଛି । ସେହିଭଳି ଗ୍ରାମୀଣ ବିକାଶ ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କୁ ମିଳିଛି ।

ରାଜ୍ୟ ସରକାର ଗତ କିଛି ବର୍ଷ ଭିତରେ ରାଜ୍ୟରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ପ୍ରୀତିରଞ୍ଜନ ଘଡେଇ ଏହି ବିଭାଗର ଦାୟିତ୍ୱ ମିଳିବା ପରେ ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି । ଓଡିଶାର ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ଭଲ ପ୍ରଦର୍ଶନ କରୁଥିବାରୁ ଏହାକୁ ବଳବତ୍ତର ରଖିବାର ଦାୟିତ୍ୱ ବର୍ଚ୍ଚମାନ ତାଙ୍କ ହାତରେ ରହିଛି । ୩ ଥରର ବିଧାୟକ ପ୍ରୀତିରଞ୍ଜନ ଦଳ ପାଇଁ ୨୦୨୪ ସାଧାରଣ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ । ସାଙ୍ଗଠନିକ ଦକ୍ଷତା ଥିବାରୁ ତାଙ୍କୁ ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ସେହି ଅନୁସାରେ ପ୍ରସ୍ତୁତ କରାଯାଉଛି ।