ଗୁଜୁରାଟରେ ଆପ୍ ଓ ବିଜେପିର ‘ସ୍ୱପ୍ନ’ ରାଜନୀତି : ମୁହାଁମୁହିଁ ଅମିତ୍ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

108

କନକ ବ୍ୟୁରୋ : ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଗୁଜରାଟ ଦଖଲ କରିବାକୁ ସବୁ ଦଳ କଲେଣି ପ୍ରସ୍ତୁତି । ଜୋରଦାର କସରତ ଭିତରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଅହମଦାବାଦରେ ପହଞ୍ଚି ବଡ ଘୋଷଣା କରିଛନ୍ତି । ଗୁଜରାଟ ନିର୍ବାଚନରେ ଆମ ଆଦମୀ ପାର୍ଟି ଦଳ ଏକାକୀ ଲଢିବ କେଜ୍ରିୱାଲ ବୋଲି କହିଛନ୍ତି  ।

ଏଥିସହ ନୂଆ ନାରା ଦେଇ ଏକେ କହିଛନ୍ତି ଆଉ ଦୁଇ ମାସ ଭିତରେ ବିଜେପି ଯାଉଛି ଆପ ଆସୁଛି । ଏଥିସହ କଂଗ୍ରେସକୁ କଟାକ୍ଷ କରି କେଜ୍ରିୱାଲ କହିଛନ୍ତି କି କଂଗ୍ରେସର ପତନ ହୋଇସାରିଛି । ନିର୍ବାଚନରେ କଂଗ୍ରେସ ସହ ଆପର କୌଣସି ଲଢେଇ ନାହିଁ । ଯଦି ଲଢେଇ ହେବ ତେବେ ତାହା ପରମ ପ୍ରତିଦ୍ୱନ୍ଦୀ ବିଜେପି ସହ ହେବ ବୋଲି କେଜ୍ରିୱାଲ କହିଛନ୍ତି ।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ଏବଂ କହିଛନ୍ତି ଗୁଜୁରାଟର ଜନତା ‘ସ୍ୱପ୍ନ ବିକିବା’ ଲୋକଙ୍କୁ ବାଛିବେ ନାହିଁ । ଆସନ୍ତା ଡ଼ିସେମ୍ବର ମାସରେ ଗୁଜୁରାଟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ଏଥି ମଧ୍ୟରେ ସବୁ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରତିଶ୍ରୁତି କରିବା ସହ ପରସ୍ପର ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ।

ଏବଂ ଏହି ସମୟରେ ବିଜେପିର ବରିଷ୍ଠ ନେତା ଅମିତ ଶାହା ଆମଆଦମି ପାର୍ଟିର ମୁଖ୍ୟଙ୍କ ଉପରେ ମତ ରଖିଛନ୍ତି । ଯେଉଁମାନେ ସ୍ୱପ୍ନ ବିକ୍ରି କରନ୍ତି ସେ କଦାପି ଗୁଜୁରାଟରେ ଜିତିବେ ନାହିଁ । ଏବଂ ଏଥର ପୁଣି ଗୁଜୁରାଟରେ ବିଜେପି ଦୁଇ-ତୃତୀୟାଂଶ ବହୁମତ ସହ ଜିତିବେ ବୋଲି ଅମିତ ଶାହ କହିଛନ୍ତି । ଅନ୍ୟପଟେ କେଜ୍ରିୱାଲ ଗୁଜୁରାଟରେ ମାଗଣା ଶିକ୍ଷା, ବିଜୁଳି ଓ କୃଷକଙ୍କ ଋଣ ଛାଡ଼ ଭଳି ଅନେକ ପ୍ରତିଶ୍ରୁତି ଦେଇଛନ୍ତି ।