ପିପିଲି ନୂଆଶାସନ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ରମାକାନ୍ତ ବେହେରାଙ୍କୁ ବାଲିପାଟଣା ଅଚ୍ୟୁତପୁର ଅଂଚଳରୁ ଗିରଫ କଲା ପୋଲିସ

182

କନକ ବ୍ୟୁରୋ : ପିପିଲି ନୂଆଶାସନରେ ଯୁବକଙ୍କୁ ଗଳାକାଟି ବିଭତ୍ସ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ମୋବାଇଲ ଟ୍ରାକ୍ କରି ଅଭିଯୁକ୍ତକୁ ବାଲିପାଟଣା ଅଚ୍ୟୁତପୁର ଅଂଚଳରୁ ବାନ୍ଧିଲା ପୋଲିସ । ସମ୍ପର୍କୀୟଙ୍କ ଘରେ ଲୁଚିଥିବା ଖବର ମିଳିବା ପରେ ରାତି ଅଧିଆ ହୋଇଥିଲା ଚଢଉ ।
ଗତକାଲି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବାରଣ୍ଡାରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତହେଦ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇଁ ପିପିଲି ଆଇଆଇସି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ମୃତ ଯୁବକଙ୍କ ଜଣକ ନୂଆଶାସନର ଲିକୁନା ବେହେରା ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ ଆଧାର କରି ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଯୁବକଙ୍କ ବଡ଼ ଭାଇ ଅଭିଯୋଗ ଆଣିଛନ୍ତି ।