ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ବିଳମ୍ବିତ ରାତିରେ ମନ୍ନତରେ ଫ୍ୟାନଙ୍କ ଭିଡ, ଫ୍ୟାନଙ୍କୁ ଉପରେ ଖାସ୍ ଉପହାର

151

କନକ ବ୍ୟୁରୋ : କେତେବେଳେ ନିଜ ଅନ୍ଦାଜରେ ତ ପୁଣି କେତେବେଳେ ନିଜ ଅଭିନୟରେ ଦର୍ଶକଙ୍କୁ ଏଂଟରଟେନ୍ କରି ଆସିଛନ୍ତି ବଲିଉଡ୍ ବାଦ୍ଶାହ ଶାହରୁଖ୍ । ରୋମାନ୍ସର କିଙ୍ଗ୍, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହୃଦୟ ଶାହରୁ୍ଖ ଖାନ୍ । ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା ଭେଟି ଦେଇ ବଲିଉଡ୍ର ବାଦ୍ଶାହ ଟାଇଟେଲ ହାତେଇଛନ୍ତି । ହେଲେ ଏହି ସଫଳତା ପାଇବା ଏତେ ବି ସହଜ ନଥିଲା ଶାହରୁଖ୍ ଖାନଙ୍କ ପାଇଁ । ସଫଳତା ପାଇବା ପଛର ମୂଳ ମନ୍ତ୍ର ଅନେକ ଥର କହିଛନ୍ତି କିଙ୍ଗ ଖାନ୍ । ସାକ୍ଷାତ୍କାରବେଳେ ଶାହରୁଖ୍ କହିଛନ୍ତି ସଫଳତା ପାଇବାକୁ ନେଇ, ଖାଇବା, ପିଇବା ଶୋଇବା ସବୁକିଛି ଛାଡିବାକୁ ପଡିବ ।

ଶାହରୁଖ ଖାନଙ୍କ ପାଇଁ ସକ୍ସେସ୍ ବା ସଫଳତା କିଛି ଭିନ୍ନ ମହତ୍ୱ ରଖିଥାଏ । ନିଜ ଜୀବନରେ ଅନକେ ସଂଘର୍ଷକୁ ସାମ୍ନା କରିଛନ୍ତି । ସେହି ସଂଘର୍ଷ ହିଁ ଶାହରୁଖଙ୍କୁ ଏତେ ବଡ ସୁପରଷ୍ଟାର୍ କରିପାରିଛି । ଆଉ ଏହି ସଂଘର୍ଷକୁ ନେଇ କିଙ୍ଗ୍ ଖାନ୍ କୁହିଛନ୍ତି, ହାତରେ ଟଙ୍କା ନଆସିବା ଯାଏଁ ଦାର୍ଶନିକ ସୁଲଭ ବ୍ୟବହାର କରନାହିଁ । ଟଙ୍କା ରୋଜଗାର କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ନିଷ୍ଠାର ସହ ଓ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ନିଜର ବସ୍ତୁବାଦୀ ଆବଶ୍ୟକତା ପୂରଣ କଲେ ଜୀବନଟା କିଛି ମାତ୍ରାରେ ସହଜ ହୋଇଯାଏ ବୋଲି କହିଛନ୍ତି କିଙ୍ଗ ଖାନ୍ ।

ଶାହରୁଖ୍ ଖାନ୍ ଯେ, କେବଳ ଜଣେ ଭଲ ଅଭିନେତା ତାହା ନୁହେଁ, ଜଣେ ଭଲ ବକ୍ତା ମଧ୍ୟ । ଜୀବନ ସଂଘର୍ଷର ଅଭିଜ୍ଞତା ହିଁ ତାଙ୍କୁ ଏତେ ଭଳ ବକ୍ତାର ପରିଚୟ ଦେଇ ପାରିଛି । ଆଉ ପ୍ରଶଂସକମାନେ ଯେତିକି ତାଙ୍କ ଅଭିନୟକୁ ଭଲ ପାଉଛନ୍ତି, ସେତିକି ତାଙ୍କ ବକ୍ତବ୍ୟକୁ ବି ପସନ୍ଦ କରୁଛନ୍ତି । ଘଂଟା ଘଂଟା ଧରି ଶାହ୍ରୁଖ୍ ଖାନଙ୍କ ଜୀବନ ଦର୍ଶନକୁ ଶୁଣିବାକୁ ଭଲ ପାଉଛନ୍ତି ଆଜିର ଯୁବ ପିଢୀ । ଯାହା ଟେଡ୍ ଟକ୍ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ।

ଏ ଭିତରେ ୫୮ ବର୍ଷରେ ପହଁଚି ଗଲେଣି କିଙ୍ଗ ଖାନ୍ । ହେଲେ ତାଙ୍କ ଅଭିନୟ ଶୈଳି, ପରଦା ଉପରେ ରୋମାନ୍ସ ଦେଖାଇବାର ତାଙ୍କର ସେହି ଅନ୍ଦାଜ ଆଜି ବି ସେହିଭଳି ତାଜା ରହିଛି । ନିକଟରେ ରିଲିଜ୍ ହୋଇଥିବା ଶାହରୁଖ୍ ଖାନ୍ଙ୍କ ଜୱାନ୍ରେ ଯାହାର ଭରପୁର ମଜା ଉଠାଇଛନ୍ତି ଦର୍ଶକ । ହେଲେ ଅଭିନୟ ଓ ରୋମାନ୍ସ ବ୍ୟତୀତ ଏବେ ଆଉ ଏକ ଖାସ୍ କଥା ପାଇଁ ପ୍ରଶଂସକଙ୍କ ପାଖରେ ପ୍ରୀୟ ହୋଇଛନ୍ତି ଶାହରୁଖ୍ । ଆଉ ତାହା ହେଉଛି ତାଙ୍କ ବକ୍ତବ୍ୟ ।

ସେପଟେ ଜନ୍ମଦିନରେ ଫ୍ୟାନ୍ସଙ୍କୁ ସରପ୍ରାଇର୍ଜ ଦେଲେ ଶାହାରୁଖ । ତାଙ୍କ ଆଗାମୀ ସିନେମା ‘ଡଙ୍କି’ର ରେଲଜ ରିଲିଜ ହୋଇଛି । ପଠାନ୍ ଓ ଜୱାନ୍ ଭଳି ବ୍ୟାକ୍ ଟୁ ବ୍ୟାକ୍ ବ୍ଲକବଷ୍ଟର ସିନେମା ଭେଟିଦେବା ପରେ ଏବେ ଡଙ୍କିରେ କିଙ୍ଗଖାନ୍ ପୁଣି ନଜର ଆସିବେ । ‘ଡଙ୍କି’ର ଟିଜର ଏବେ ରିଲିଜ ହୋଇଥିବା ବେଳେ ସିନେମାଟି ଚଳିତବର୍ଷ ଖ୍ରୀଷ୍ଟମାସରେ ପରଦାକୁ ଆସିବ । ଶାଖାରୁଖଙ୍କ ବ୍ୟତିତ ଏହି ସିନେମାରେ ଭିିକି କୌଶଳ, ବୋମାନ ଇରାନି, ସତୀଶ ଶାହା ଏବଂ ତାପସୀ ପନ୍ନୁ ନଜର ଆସିଛନ୍ତି । ରାଜକୁମାର ହିରାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ସେ ଥ୍ରୀ-ଇଡିୟଟସ୍, ମୁନ୍ନା ଭାଇ ଏମବିବିଏସ୍, ଲଗେ ରହୋ ମୁନା ଭାଇ, ସଞ୍ଜୁ ଭଳି ଏକାଧିକ ବ୍ଲକବ୍ଲଷ୍ଟର ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।