ଦିନକୁ ଦିନ ଅଧିକ ବିଷାକ୍ତ ହେଉଛି ଦିଲ୍ଲୀର ପବନ । ବିନା ମାସ୍କରେ ଘରୁ ବାହାରିବା କଷ୍ଟକର, ସ୍କୁଲ ପିଲାଙ୍କ ପାଇଁ ବଢ଼ିପାରେ ସମସ୍ୟା

146

କନକ ବ୍ୟୁରୋ : ଅଣନିଶ୍ୱାସୀ ଦିଲ୍ଲୀବାସୀ । ବାୟୁ ପ୍ରଦୁଷଣରେ ଛଟପଟ ରାଜଧାନୀବାସୀ । ଦିନକୁ ଦିନ ପ୍ରଦୁଷଣ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସରକାରଙ୍କ ଚିନ୍ତା ମଧ୍ୟ ବଢିଛି   । ସ୍ଥିତିକୁ ଆୟତ କରିବାକୁ ନଭେରମ୍ବ୧ରୁ ଦିଲ୍ଲୀରେ ଡିଜେଲ ବସ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ନୂଆଦିଲ୍ଲୀ ନୁହେଁ ମୁମ୍ବାଇରେ ମଧ୍ୟ ବାୟୁ ପ୍ରଦୂଷଣ ଉକ୍ରଟ ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ନିମ୍ନ ସ୍ତରକୁ ଖସି ଆସିଥିବା ବେଳେ ଜନଜୀବନ ଉପରେ ଏହାର ପ୍ରଭାବ ପଡିଛି । ଶ୍ୱାସ ଜନିତ ସମସ୍ୟା ସାଙ୍ଗକୁ ବିଭିନ୍ନ ରୋଗର ବିପଦ ଦେଖାଦେଇଛି । ଏଭଳି ସ୍ଥିତିରେ ବିନା ମାସ୍କରେ ଘରୁ ବାହାରିବା କଷ୍ଟକର ହୋଇପଡିଛି ।