ଶତକରୁ ବଂଚିତ ବିରାଟ କୋହଲି । ସଚିନଙ୍କ ୪୯ତମ ଶତକରୁ ମାତ୍ର ଗୋଟିଏ ଶତକ ଦୂରରେ କିଙ୍ଗ କୋହଲି

335

କନକ ବ୍ୟୁରୋ : ପୁଣି ବଢିଲା ଅପେକ୍ଷା । ମାଷ୍ଟର ବ୍ଲାଷ୍ଟରଙ୍କ ଶତକ ରେକର୍ଡ ସହ ସମକ୍ଷକ ହେବାକୁ ଏବେ ବି ଗୋଟିଏ ପାଦ ଦୂରରେ କିଙ୍ଗ୍ କୋହଲି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ କୋହଲି ଅଳ୍ପକେ ୪୯ତମ ଶତକରୁ ହାସଲରୁ ବଂଚିତ ହୋଇଛନ୍ତି । ମ୍ୟାଚ ଆରମ୍ଭରୁ କୋହଲିଙ୍କ ଶତକକୁ ନେଇ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ଲାଗି ରହିଥିଲା । ତେବେ ଦମଦାର ପାରି ଖେଳିୁଥିବା ବେଳେ ୮୮ ରନ କରି ଆଉଟ ହୋଇଛନ୍ତି ବିରାଟ କୋହଲି । ଦିନିକିଆ କ୍ରିକେଟରେ ସଚିନ ତେନ୍ଦୁଲକର ସର୍ବାଧିକ ୪୯ ଟି ଶତକ ମାରିଥିବା ବେଳେ କୋହଲି ୪୮ଟି ଶତକ ମାରିଛନ୍ତି । ଯଦି ଆଜି କୋହଲି ଶତକ ମାରିଥାନ୍ତେ ତେବେ ସଚିନଙ୍କ ସମକକ୍ଷ ହେବାରେ ସକ୍ଷମ ହୋଇଥାନ୍ତେ । ସେପଟେ ବିଶ୍ୱକପରେ ଭାରତ ଏଯାଏଁ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ଯାକ ମ୍ୟାଚ୍ ଜିତିସାରିଛି । ଆଜିର ମ୍ୟାଚରେ ମଧ୍ୟ ଜିତିବା ସହିତ ବିଜୟଧାରା ବଜାୟ ରଖିବାକୁ ଦଳ ଲକ୍ଷ୍ୟ ରଖିଛି ।