ସିବିଆଇ, ଇଡି ଦ୍ୱାରା ବିରୋଧୀ ନେତାଙ୍କୁ ଗିରଫ ଘଟଣା : ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

132

କନକ ବ୍ୟୁରୋ : ସିବିଆଇ, ଇଡି ଭଳି ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ବିରୋଧୀ ନେତାଙ୍କୁ ଗିରଫ ଘଟଣା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ଶୁଣାଣି । ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ ସହ ୧୩ ବିରୋଧୀ ଦଳ ଆଣିଛନ୍ତି ଏଭଳି ଅଭିଯୋଗ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଆପ ନେତା ମନିଷ ସିଶୋଦିଆ, ସତ୍ୟନ୍ଦ୍ର ଜୈନ, ଆରରଜେଡି ନେତା ଲାଲୁ ପ୍ରସାଦ ଯାବବ, କେସିଆରଙ୍କ ଝିଅ କେ କବିତା ଭଳି ଅନେକ ବିରୋଧୀ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ଇଡି, ସିବିଆଇ । ଉଦେଶ୍ୟମୂଳକ ଭାବେ ବିରୋଧୀ ନେତାଙ୍କୁ ଏଭଳି କରି ଚାପ ପକାଯାଉଥିବା ନେଈ ବିରୋଧି ଅଭିଯୋଗ ଆଣଛନ୍ତି । ଇଡି, ସିବିଆଇ ଭଳି ତଦନ୍ତକାରୀ ସଂସ୍ଥା ବିଜେପିର ହାତବାରିସି ସାଜିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।