ପୁଣେ ହିଟ ଆଣ୍ଡ ରନ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଅପରାଧ ଘଟାଇବା ପରେ ନାବାଳକ ଅଭିଯୁକ୍ତଙ୍କୁ ଥାନାରେ ଦିଆଯାଇଥିଲା ବର୍ଗର,ପିଜା ଓ ବିରିୟାନୀ

215

କନକ ବ୍ୟୁରୋ: ସୋମବାର ପୁଣେକୁ ଥରହର କରିଥିଲା ଭୟାବହ ହିଟ୍ ଆଣ୍ଡ ରନ ମାମଲା । ନାବାଳକ ଅଭିଯୁକ୍ତର କାର ଧକ୍କାରେ ଚାଲିଯାଇଛି ଦୁଇଜଣଙ୍କ ଜୀବନ । ତେବେ ଅଭିଯୁକ୍ତକୁ ଥାନାରେ ଅଣାଯିବା ପରେ ବର୍ଗର, ପିଜା, ବିରିୟାନୀ ଦିଆଯିବା ଘଟଣା ଏବେ ଚର୍ଚ୍ଚାରେ ସାଉଁଟିଛି । ମହାରାଷ୍ଟ୍ର ପୁଲିସ ଉପରେ ପ୍ରଶ୍ନ ଉଠାଇଛି ଶିବସେନା ଉଦ୍ଧବ ଗୋଷ୍ଠୀ ୟୁବିଟି । ପୁଣେ ପୁଲିସ କମିଶନର ଅମିତେଶ କୁମାରଙ୍କ ନିଲମ୍ବନ ଦାବି କରିଛି ଦଳ ।

  • ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା
  • ଅଭିଯୁକ୍ତକୁ ଥାନାରେ ଭିଆଇପି ସୁବିଧା
  • ଦିଆଗଲା ପିଜା,ବର୍ଗର, ବିରିୟାନୀ

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଦୁର୍ଘଟଣା ପରେ ନାବାଳକୁ କେବଳ କିଛି ଘଣ୍ଟା ମଧ୍ୟରେ ଜାମିନ୍ ମିଳିଥିଲା । ଜାମିନ ବଦଳରେ ଅଭିଯୁକ୍ତକୁ ୩ଶହ ଶବ୍ଦରେ ଏକ ରଚନା ଲେଖିବାକୁ ସର୍ତ ରଖାଯାଇଥିଲା । ସଡକ ଦୁର୍ଘଟଣା ଓ ନିରାକରଣ ଉପରେ ରଚନା ଲେଖିବା ପରେ ନାବାଳକ ଅପରାଧୀଙ୍କୁ ଜାମିନ ମିଳିଥିଲା । ସେପଟେ ମୃତକଙ୍କ ପରିବାର ନ୍ୟାୟ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅପରାଧୀର ଆଉ କିଛି ଭିିଡିଓ ସାମ୍ନାକୁ ଆସିଛି । ପରୀକ୍ଷା ପରେ ସାଙ୍ଗସାଥୀଙ୍କ ସହ ମିଶି ବାରରେ ପାର୍ଟି କରିଥିଲା ନାବାଳକ ଅଭିଯୁକ୍ତ । ତେଣୁ ବାର ମାଲିକକୁ ମଧ୍ୟ ଗିରଫ କରାଯାଇଛି । ମହାରାଷ୍ଟ୍ରରେ ୨୫ବର୍ଷର କମ ବୟସ୍କ ମଦ୍ୟପାନ ଉପରେ କଟକଣା ଥିବାବେଳେ କିଭଳି ମଦ ପିଇ ନାବାଳକ ଗାଡି ଚଳାଇଥିଲେ ତାକୁ ନେଇ ମହାରାଷ୍ଟ୍ର ପୁଲିସ ଉପରେ ଉଠିଛି ପ୍ରଶ୍ନ । ସେପଟେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତଙ୍କ ବାପା ଯିଏକି ଜଣେ ପୁଣେର ନାଁ କରା ବିଲଡର ତାଙ୍କୁ ମଧ୍ୟ ଗିରଫ କରାଯାଇଛି ।