ଆପକୁ ବିଦେଶୀ ପାଣ୍ଠି ଅଡୁଆ: ଖଲିସ୍ତାନୀ ଆତଙ୍କୀ ସଂଗଠନଠୁ ପାଣ୍ଠି ନେଇଥିବା ଅଭିଯୋଗ

309

କନକ ବ୍ୟୁରୋ: ଆପର ପିଛା ଛାଡୁନି ବିବାଦ । ବିଦେଶୀ ପାଣ୍ଠି ଅଭିଯୋଗରେ ଫସିବା ପରେ ଦଳ ଏହା ପଛରେ ବିଜେପିର ହାତ ଥିବା କହିଛି । ସେପଟେ କଂଗ୍ରେସ ମଧ୍ୟ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛି । ଖଲିସ୍ତାନି ସଂଗଂନ ଶିଖ ଫର ଜଷ୍ଟିସଠୁ ଆମ ଆଦମୀ ପାର୍ଟି ଚାନ୍ଦା ନେଉଥିବା ନିକଟରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକସେନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ପାଇଁ ଗୃହମନ୍ତ୍ରାଳୟକୁ ଚିଠି ଲେଖିଥିଲେ । ଠିକ ଏହାର ୧୫ଦିନ ପରେ ଇଡିର ରିପୋର୍ଟ ଦଳ ପାଇଁ ବଡ ସମସ୍ୟା ଆଣିବା ସମ୍ଭାବନାକୁ ବଢ଼ାଇଛି

ମଦ ଦୁର୍ନିତି ମାମଲାରେ ଫସିଥିବା ଆମ ଆଦମୀ ପାର୍ଟି ପିଛା ଛାଡୁନି ବିବାଦ ।ଆପ ବିଭିିନ୍ନ ଦେଶମାନଙ୍କଠୁ ମୋଟା ଅର୍ଥର ପାଣ୍ଠି ନେଇଥିବା ଇଡିର ରିପୋର୍ଟରେ ଦାବି କରାଯାଇଛି । ଗୃହମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ କୁହାଯାଇଛି—
ଆପ୍ ଖାତାରେ ବିଦେଶୀ ପାଣ୍ଠି!
-୧୦ଟି ଦେଶରୁ ପାଣ୍ଠି ପାଇଛି ଆପ୍
-ପାଣ୍ଠି ପାଇଁ ନିୟମ ଭାଙ୍ଗିଛି ଦଳ
-୨୦୧୬ରେ ଆପ ବିଧାୟକ ଦୁର୍ଗେଶ ପାଠକ କାନାଡ଼ାରେ ପାଣ୍ଠି ସଂଗ୍ରହ ପାଇଁ ଅଭିଯାନ କରିଥିଲେ
-ଦଳ ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ ବି ନିଜ କାମ ପାଇଁ ବ୍ୟବହାର କରୁଥିଲେ
-ମାମଲାରେ ଦୁର୍ଗେଶ ପାଠକ, ଅଙ୍କିତ ସକସେନା, ପୂର୍ବତନ ନେତା କୁମାର ବିଶ୍ୱାସ, କପିଲ ଭରଦ୍ୱାଜଙ୍କ ନାଁ ଉଠିିଛି
-ସମାନ ପାସପୋର୍ଟ, ଇମେଲ ଆଇଡି,ମୋବାଇଲ ନମ୍ବର, କ୍ରେଡିଟ କାର୍ଡର ବାରମ୍ବାର ବ୍ୟବହାର ସହେନ୍ଦକୁ ବଢ଼ାଇଛି ।
-ପ୍ରିଭେସନ ମନି ଲଡ୍ରିଂ ଆକ୍ଟ ୨୦୦୨ ଅଧୀନରେ ତଦନ୍ତ କରୁଛି ଇଡି

ଅନ୍ୟପକ୍ଷରେ ଇଡିର ଅଭିଯୋଗକୁ ଖଣ୍ଡନ କରିଛି ଆମ ଆଦମୀ ପାର୍ଟି । ଏହା ପଛରେ ବିଜେପିର ହାତ ରହିଛି ଓ ନିର୍ବାୁଚନ ସମୟରେ ଦଳକୁ ସମସ୍ୟାରେ ପକାଇବାକୁ ଇଡିର ଦୁବ୍ୟହାର କରାଯାଉଥିବା ଆପ ଅଭିଯୋଗ କରିଛି

ଇଡିର ତଦନ୍ତ ଓ ଆପର ପ୍ରତିକ୍ରିୟା ଉପରେ ଜବାବ ରଖିଛି ବିଜେପି । ଆପ ସରକାର ଦୁର୍ନୀତିଗସ୍ତ ଦଳ ବୋଲି କହିଛି ବିଜେପି । ସେପଟେ ନିର୍ବାଚନ ସମୟରେ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ନିକଟରେ ଗୃହମନ୍ତ୍ରାଳୟକୁ ଏକ ଚିଠି ଲେଖି ଆପର ପାଣ୍ଠି ସମ୍ବନ୍ଧରେ ଖୋଲତାଡ କରିବାକୁ ସିପାରିଶ କରିଥିଲେ ଉପରାଜ୍ୟପାଳ ବିନୟ ସକସେନା । ବିଦେଶରୁ ଦଳକୁ ବେଆଇନ ପାଣ୍ଠି ମିଳୁଥିବା ସେ ଅଭିଯୋଗ କରିଥିଲେ । ଖଲିସ୍ତାନୀ ଆତଙ୍କୀ ସଂଗଠନ ଶିଖ ଫର ଜଷ୍ଟିସ ଆପ କୋଟି କୋଟି ଟଙ୍କାର ଚାନ୍ଦା ନେଇଥିବା ଅଭିଯୋଗ ଆଣି ତଦନ୍ତ ପାଇଁ ସିପାରିଶ କରିଥିଲେ । ଏବେ ଇଡିର ରିପୋର୍ଟ ଉପରେ ସରକାରଙ୍କ ଆଗାମୀ ପଦଟେପ କ’ଣ ରହୁଛି ଏହା ଉପରେ ନଜର ।