ଟିପ୍ପଣୀ ପାଇଁ ପୁଣି ଅଡୁଆରେ ରାହୁଲ ଗାନ୍ଧୀ: କଂଗ୍ରେସ ସାଂସଦଙ୍କୁ ରାଚିଂ କୋର୍ଟଙ୍କ ସମନ, ଜନସଭାରେ ଗୃହମନ୍ତ୍ରୀଙ୍କୁ କରିଥିଲେ ଆକ୍ଷେପ

422

କନକ ବ୍ୟୁରୋ: ବଢିଲା କଂଗ୍ରେସ ସାଂସଦ ରାହୁଲ ଗନ୍ଧୀଙ୍କ ଅଡୁଆ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କୁ ମିଳିଛି ଜେରା ପାଇଁ ସମନ । ରାଂଚି ଏମପି-ଏମଏଲଏ କୋର୍ଟ ରାହୁଲଙ୍କୁ ଏହି ସମନ ଜାରି କରି ଜୁନ ୪ ପରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲା ୨୦୧୮ ମସିହାର । ଏକ ସଭାରେ ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଯାହାକୁ ବିରୋଧ କରି ବିଜେପି ନେତା ନବୀନ ଝା ରାଂଚି ସିବିଲ କୋର୍ଟରେ ମାମଲା ଦାଏର କରିଥିଲେ । ଏବେ ସେହି ମାମଲାର ଶୁଣାଣି କରିବେ କୋର୍ଟ୍ ।