ଦଳୀୟ ନେତାଙ୍କ ବିରୋଧରେ ବିଜେପିର କଡ଼ା ଆଭିମୁଖ୍ୟ: ଭୋଟ ନଦେବାରୁ ବରିଷ୍ଠ ନେତା ଜୟନ୍ତ ସିହ୍ନାଙ୍କୁ ନୋଟିସ

1,688

କନକ ବ୍ୟୁରୋ: ଭୋଟ ନଦେବାରୁ ମିଳିଲା କାରଣ ଦର୍ଶାଅ ନୋଟିସ । ଦିଲ୍ଲୀ ହଜାରିବାଗ ବିଜେପି ଲୋକସଭା ସଦସ୍ୟ ପୂର୍ବତନ ଅର୍ଥରାଷ୍ଟ୍ରମନ୍ତ୍ରୀଙ୍କୁ କୈଫତ ତଲବ କରିଛି । ଦୁଇଦିନ ମଧ୍ୟରେ ଜବାବ ଦେବାକୁ ନୋଟିସରେ କୁହାଯାଇଛି ।

ଝାଡ଼ଖଣ୍ଡ ପ୍ରଦେଶ ବିଜେପି ପକ୍ଷରୁ ନୋଟିସ ଜାରି କରି କୁହାଯାଇଛି, ଝାଡ଼ଖଣ୍ଡ ହଜାରିବାଗ ଆସନ ପାଇଁ ଦଳ ନୂଆ ପ୍ରାର୍ଥୀ ବାଛିବା ପରେ ଦଳ ପ୍ରତି ଆପଣଙ୍କ ଆନୁଗତ୍ୟ କମ ହୋଇଛି । ଦଳର ସାଂଗଠନିକ କାର୍ଯ୍ୟ ଓ ପ୍ରଚାରରେ ଅଂଶଗ୍ରହଣ ନକରିବା ଆପଣଙ୍କ କମ ଆଗ୍ରହକୁ ପ୍ରକାଶ କରୁଛି । ମତଦାନ ସାବ୍ୟସ୍ତକୁ ଜରୁରୀ ମନେ କଲେନି । ଏହା ଦଳର ଭାବମୂର୍ତ୍ତିକୁ ଖରାପ କରୁଛି । ଦୁଇଦିନ ମଧ୍ୟରେ ସ୍ପଷ୍ଟୀକରଣ ଦିଅନ୍ତୁ । ତେବେ ଜୟନ୍ତଙ୍କ ପକ୍ଷରୁ ଏନେଇ କୌଣସି ଜବାବ ଏବେ ସୁଦ୍ଧା ମିଳିପାରିନି । ଚଳିତ ଲୋକସଭା ନିର୍ବାଚନ ଟିକେଟ ଘୋଷଣା ପୂର୍ବରୁ ବିଜେପି ନେତା ଜୟନ୍ତ ସିହ୍ନ କେନ୍ଦ୍ରୀୟ ନେତୃବୃନ୍ଦକୁ ସକ୍ରିୟ ରାଜନୀତିରୁ ଦୂରେଇ ଯିବାକୁ ଅନୁରୋଧ କରିଥିଲେ । ଯାହାର କିଛି ଦିନ ଭିତରେ ହିଁ ଦଳ ହଜାରିବାଗ ପାଇଁ ମନିଷ ଜୟଶୱାଲଙ୍କୁ ପ୍ରାର୍ଥୀ ଭାବେ ବାଛିଥିଲା । ସେହିଦିନରୁ ଜୟନ୍ତ ଦଳର ସାଂଗଠନିକ ଏବଂ ଦଳୀୟ ପ୍ରଚାର କାର୍ଯକ୍ରମକରୁ ନିଜକୁ ଦୂରେଇ ରଖିଥିଲେ । ଏପରିକି ମେ ୨୦ ତାରିଖ ଦିନ ଭୋଟ ଦେବାକୁ ମଧ୍ୟ ପହଁଚିନଥିଲେ । ଏଥିରେ ଆପତି ପ୍ରକାଶ କରି ଦଳ ଏବେ ଜୟନ୍ତଙ୍କଠୁ ଜବାବ ମାଗିଛି । ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ଆଇଆଇଟି ଦିଲ୍ଲୀରୁ ପାଠ ଶେଷ କରି ହାୱାଡା ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ରାଜନୀତିରେ ପାଦ ଦେଇ କମ ଦିନରେ ମୋଦୀ ମନ୍ତ୍ରୀମଣ୍ଡଳରେ ସ୍ଥାନ ବନେଇପାରିଥିଲେ । ଏପରିକି ଯଶବନ୍ତ ସିହ୍ନା ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମନୋମାଳିନ୍ୟ ଜୟନ୍ତଙ୍କ ପଦବୀକୁ କୌଣସି ପ୍ରଭାବ ପକାଇନଥିଲା । ତେବେ ନିର୍ବାଚନ ନଲଢ଼ିବାକୁ ଜୟନ୍ତ ମନସ୍ଥ କରିବା ପରେ ବାପା ଯଶୱନ୍ତ ସିହ୍ନାଙ୍କୁ ହଜାରିବାଗ ପାଇଁ କଂଗ୍ରେସ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଥିଲେ କୌଣସି କାରଣରୁ କାର୍ଯ୍ୟକାରୀ ହୋଇପାରିନଥିଲା । ବର୍ତମାନ ଜୟନ୍ତଙ୍କ ବିରୋଧରେ ବିଜେପିର କଡ଼ା ଆଭିମୁଖ୍ୟ ଗ୍ରହଣ ଚର୍ଚ୍ଚାର ବିଷୟ ପାଲଟିିଛି ।