ଖଲିିସ୍ତାନୀଙ୍କ ପାଇଁ ଭାରତ କାନାଡ଼ା କଳି । ପ୍ରଭାବିତ ହେଉଛି କୁଟନୀତି ସମ୍ପର୍କ

4,332

କନକ ବ୍ୟୁରୋ : ଭାରତ-କାନାଡ଼ା ବିବାଦ ଚାଲିଛି ଆଉ ଏହା ଭିତରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦେଶରେ ହିଁ ନିଜ ଲୋକପ୍ରିୟତା ହରାଉଛନ୍ତିି । ଯାହାର ତାଜା ଉଦାହରଣ ହେଉଛି ନିକଟରେ ହୋଇଥିବା ଏକ ସର୍ଭେ । ଆଗକୁ କାନାଡ଼ା ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଲୋକପ୍ରିୟତା ହରାଉଛନ୍ତି ଜଷ୍ଟିନ ଟ୍ରୁଡୋ । ସ୍ଥାନୀୟ ଗଣମାଧ୍ୟ ସର୍ଭେରେ ଜଣାପଡିଛି କାନାଡାବାସୀ ଟ୍ରୁଡୋଙ୍କୁ ଆଉ ପ୍ରଧାନମନ୍ତ୍ରୀଭାବେ ଦେଖିବାକୁ ଚାହୁଁନାହାଁନ୍ତି । ଭାରତକୁ ନାଲି ଆଖି ଦେଖାଉ ଦେଖାଉ ଜଷ୍ଟିନ ଟ୍ରୁଡୋଙ୍କ ଅକଳ ଗୁଡମ ହେବାରେ ଲାଗିଛି ।

ସେପଟେ ଭାରତ କାନାଡ଼ା ରାଜନୀତିକ ବିବାଦ ଦୁଇ ଦେଶର କୂଟନୀତି ବିବାଦକୁ ଉଗ୍ର କରୁଛି । କାନାଡ଼ାବାସୀଙ୍କ ଭିସା ସର୍ଭିସକୁ ଭାରତ ରଦ୍ଦ କରିଦେଇଛି । ସେହିପରି ଭାରତ-କାନାଡ଼ା ମଧ୍ୟରେ ବାଣିଜ୍ୟିକ କାରବାରର ପ୍ରଭାବ ପଡ଼ିବା ଆରମ୍ଭ କରିଛି । ଏହି ବିବାଦ ଆର୍ଥିକ କ୍ଷେତ୍ରରେ ଘୋର ପ୍ରଭାବ ପକାଇବାକୁ ଯାଉଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାନାଡ଼ାସ୍ଥିତ ରେସନ୍ ଏୟାରସ୍ପେଶ୍ କର୍ପୋରେସନର ସଂଚାଳନ ବନ୍ଦ କରିଦେଇଛି ।

ଭାରତ-କାନାଡ଼ା ବିବାଦରେ ବ୍ରିଟେନ, ଫ୍ରାନ୍ସ, ଆମେରିକା ନିରପେକ୍ଷ ନୀତି ଆପଣାଇଛନ୍ତି । ବିଶେଷଜ୍ଞଙ୍କ ମତରେ ବିବାଦର ସମାଧାନର ପନ୍ଥା ନବାହାରେ ତେବେ ଆଗାମୀ ଦିନରେ ଏହା ଭୟାନକ ପରିସ୍ଥିତି ସୃଷ୍ଟି କରିବ ।

ଖଲିସ୍ତାନୀକୁ ନେଇ ଭାରତ ଓ କାନାଡ଼ା ବିବାଦ ଭିତରେ ଭାରତ ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କୁହାଯାଇଛି କି କୌଣସି ସ୍ଥିତିରେ ଗଣମାଧ୍ୟମ ଆତଙ୍କୀଙ୍କୁ ପ୍ରୋତ୍ସାହନ ଓ ପ୍ରଦର୍ଶିତ କରିପାରିବେନି । ଏପରିକି ଆତଙ୍କବାଦ ପ୍ରସଙ୍ଗରେ କୌଣସି ବିତର୍କ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।