ଯୁଦ୍ଧ ଭିତରେ ଘାତକ ଓ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କଲା ରୁଷ । ୟାର୍ସ ମିସାଇଲ ପରୀକ୍ଷଣ ପରେ ପୁଟିନ କହିଲେ ରୁଷକୁ ଉସକାଇଲେ ଭୟଙ୍କର ହେବ ପରିଣାମ

207

କନକ ବ୍ୟୁରୋ : ନାଟୋକୁ ଧମକ ଦେବା ୨୪ଘଂଟା ନପୁରୁଣୁ ପୁଣି ଆକ୍ସନ ମୋଡରେ ରୁଷ ରାଷ୍ଟ୍ରପତି । ଇଂଟର କଟିଂନେଂଟାଲ ବାଲାଷ୍ଟିକ ମିସାଇଲ ପରୀକ୍ଷଣ କରିିଛି ରୁଷ । ୟୁକ୍ରେନ ସହ ରୁଷର ଯୁଦ୍ଧ ଚାଲିଥିବାବେଳେ ୟାର୍ସ ମିସାଇଲ ପରୀକ୍ଷଣ କରି ବିଶ୍ୱକୁ ଖୁଲମଖୁଲା ଧମକ ଦେଇଛି । ଏହି ମିସାଇଲ ୫ହଜାର କିଲୋ ଟନର ଅସ୍ତ୍ରଶସ୍ତ୍ର ଧରି ଲକ୍ଷ୍ୟ ଭେଦକରିପାରିବ । ଏହାକୁ ମୋବାଇଲ ଲଂଚର ପ୍ୟାଡରୁ ଉତକ୍ଷେପଣ କରାଯାଇପାରିବ । ମିସାଇଲ ପରୀକ୍ଷଣ ଦୁଇଘଂଟା ଧରି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପୁଟିନ । ପରୋକ୍ଷରେ ପାଶ୍ଚାତ୍ୟଦେଶମାନଙ୍କୁ ଧମକ ଦେବା ସହ ପୁଟିନ କହିଥିଲେ ରୁଷକୁ ଉସକାଇଲେ ପରିଣାମ ଅତି ଭୟଙ୍କର ହେବ । ଦେଶର ନୁକ୍ଲିୟର ଫୋର୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ।