ଅନନ୍ତ ଅମ୍ବାନୀ-ରାଧିକା ମର୍ଚ୍ଚାଂଟଙ୍କ ପ୍ରି-ୱେଡିଂ ସମାରୋହ । କକଟେଲ ପାର୍ଟିରେ ଲୋକପ୍ରିୟ ପପଷ୍ଟାର ରିହାନାଙ୍କ ପରଫରମାନ୍ସରେ ଝୁମିଲେ ଅମ୍ବାନୀ ପରିବାର

446

କନକ ବ୍ୟୁରୋ : ଚଳିତବର୍ଷର ସବୁଠୁ ଭବ୍ୟ ଓ ବଡ ବାହାଘର ହେବାକୁ ଯାଉଛି । ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ଜୁଲାଇ ୧୨ ତାରିଖରେ ହେବ । ୩ମାସ ପୂର୍ବରୁ ଗୁଜରାଟ ଜାମନଗରରେ ଆରମ୍ଭ ହୋଇଛି ୩ଦିନିଆ ପ୍ରି-ୱେଡିଂ ଫଙ୍କସନ । ପ୍ରଥମ ଦିନରେ ଅମ୍ବାନୀ ପରିବାର ପକ୍ଷରୁ କକଟେଲ ପାର୍ଟିର ଆୟୋଜନ କରାଯାଇଛି । ଯେଉଁଥିରେ ଦେଶବିଦେଶର ଶହ ଶହ ହାଇପ୍ରୋଫାଇଲ ଅତିଥି ଯୋଗଦେଇଥିଲେ । ଇଭାଙ୍କା ଟ୍ରମ୍ପ, ବିଲ ଗେଟସ, ସୁନ୍ଦର ପିଚାଇ, ମାର୍କ ଜୁକରବର୍ଗ, ଭୁଟାନ ରାଣୀ, କାତାର ପ୍ରିନ୍ସଙ୍କଠୁ ନେଇ ନାମୀଦାମୀ ଚେହେରା ପ୍ରି-ୱେଡିଂ ଫଙ୍କସନରେ ସାମିଲ ଏହାର ଆର୍କଷଣକୁ ଦ୍ୱିଗୁଣ କରିଛି । ସେପଟେ ପୂରା ବଲିଉଡ ପହଁଚିଛି ଜାମନଗରରେ । କ୍ରୀଡା, ବ୍ୟବସାୟ, ମୁମ୍ବାଇ ପୁଲିସ, ରାଜନୀତି ଓ ବିଭିନ୍ନ କ୍ଷେତ୍ରର ଜଣାଶୁଣା ଚେହେରା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ଫଙ୍କସନ ପାଇଁ ଲେଜର ଲାଇଟ ଶୋଠୁ ନେଇ ଭଳିକି ଭଳି ସାଜସଜାରେ ଝଲସିଛି ପୂରା ଜାମନଗର । ରିଲାଏନ୍ସ ଗ୍ରୀନ୍ସରେ ଗ୍ରାଣ୍ଡ ଫଙ୍କସନର ଆୟୋଜନ କରାଯାଇଛି । ଏବେ ନଜର ପକାଇବା କାର୍ଯ୍ୟକ୍ରମର ଆକର୍ଷଣ କେନ୍ଦ୍ର ବିନ୍ଦୁ ସାଜିଥିବା ଦୁନିଆର ସବୁଠୁ ଲୋକପ୍ରିୟ ତଥା ଅଧିକ ପାରିଶ୍ରମିକ ନେଉଥିବା ପପ ଷ୍ଟାର ରିହାନାଙ୍କ ପରଫରମାନ୍ସ ଉପରେ । ରିହାନଙ୍କ ଫରମାନ୍ସରେ କେବଳ ଅତିଥି ନୁହେଁ ପୂରା ଅମ୍ବାନୀ ପରିବାରମଧ୍ୟ ଝୁମିଛି । ପପଷ୍ଟାରଙ୍କ ପରଫରମାନ୍ସରେ ପୂରା ଅମ୍ବାନୀ ପରିବାର ଏକାଠି ପରଫର୍ମ କରିଥିଲେ । କିଛି ଘଂଟାର ପରଫରମାନ୍ସ ପାଇଁ ରିହାନ ୬୦କୋଟିର ଅଧିକ ଟଙ୍କାର ପାରିଶ୍ରମିକ ନେଇଥିବା ଜଣାପଡିଛି । ତେବେ ଫେରିିିଯିବା ସମୟରେ ରିହାନା କହିଥିଲେ ତାଙ୍କୁ ଭାରତ ବେଶ ଭଲ ଲାଗିଛି ଓ ପୁଣି ଥରେ ନିଶ୍ଚୟ ଆସିବେ । ୩ଦିନର କାର୍ଯ୍ୟକ୍ରମକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଜାମନଗର କାର୍ଯ୍ୟକ୍ରମରେ ପହଁଚିଥିବା ଅତିଥିଙ୍କ ସୁରୁଖୁର ଯାତ୍ରାଠୁ ନେଇ ରହଣୀ ପହଁଚି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅମ୍ବାନୀ ଘରର ଯେତେ ବି କାର୍ଯ୍ୟକ୍ରମ ପୂର୍ବରୁ ହୋଇଛି, ସେସବୁ ବୋହୁତ ବିଶାଳ ଆଉ ଭବ୍ୟ ରହିଛି । ବଡ ପୁଅ ଆକାଶ ଅମ୍ବାନୀ, ଝିଅ ଇଷା ଅମ୍ବାନୀଙ୍କ ବାହାଘର ବି ବେଶ୍ ଧୁମ୍ ଧାମ୍ରେ ଆୟୋଜିତ କରିଥିଲେ ମୁକେଶ ଅମ୍ବାନୀ । ଏବେ ସାନ ପୁଅ ଅନନ୍ତ ଅମ୍ବାନୀ ପ୍ରି-ୱେଡିଂ ଫଙ୍କସନ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି ।