ଲୋକସଭା ନିର୍ବାଚନ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଡ ଘୋଷଣା । ନିର୍ବାଚନ ଦାୟିତ୍ୱରୁ ମୁକ୍ତ ପାଇଁ ଜେପି ନଡ୍ଡାଙ୍କୁ କଲେ ଅନୁରୋଧ

574

କନକ ବ୍ୟୁରୋ : ରାଜନୀତି ଛାଡିପାରନ୍ତି କ୍ରିକେଟରରୁ ରାଜନେତା ହୋଇଥିବା ବିଜେପି ସାଂସଦ ଗୌତମ ଗମ୍ଭୀର । ଗମ୍ଭୀରଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି । ଏକ୍ସ ମାଧ୍ୟମରେ ସେ ନିଜ ସମର୍ଥକ ମାନଙ୍କୁ ସୂଚନା କି ଆଗକୁ କ୍ରିକେଟ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ଓ ତାଙ୍କୁ ରାଜନୀତି ଦାୟିତ୍ୱରୁ ମୁକ୍ତି ଦିଆଯାଉ । ମୁକ୍ତ କରିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି ଗମ୍ଭୀର । ସେହିପରି ଜନତାଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ଗୌତମ ଗମ୍ଭୀରଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ବଢିଛି । ୨୦୧୯ରେ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ନିଜ ପ୍ରତିପକ୍ଷଙ୍କୁ ୬ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏଥରକ ଟିକେଡ଼ ମିଳିବ ନା ନାହିଁ ଏନେଇ ଦ୍ୱନ୍ଦରେ ରହିବା ପରେ ସେ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି ।

୨୦୧୯ ମସିହାରେ ପଦ୍ମ ଧରିଥିଲେ ଏହି ପୂର୍ବତନ ଭାରତୀୟ କ୍ରିକେଟର । ୫ବର୍ଷରେ ରାଜନୀତି ପଡିଆରୁ ଆଉଟ ହୋଇ ପୁଣିଥରେ କ୍ରିକେଟ ଜଗତକୁ ଇନ ହେବାକୁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର । ଯଦି ଖବର ସତ ହୁଏ ତେବେ ଆଗକୁ ଗୌତମ କ୍ରିକେଟ ଜଗତରେ କେଉଁ ଦାୟିତ୍ୱ ସହ ଓହ୍ଲାଇବେ ତାକୁ ଦେଖିବା ବେଶ ରୋଚକ ରହିବ ।