ଯୁଦ୍ଧ ଭିତରେ ବଡ ନିଷ୍ପତି ନେଲେ ୟୁକ୍ରେନ-ରୁଷିଆ: ସାଧାରଣ ଲୋକଙ୍କୁ ସୁରକ୍ଷିତ ଭାବେ ଯିବା ପାଇଁ ଦେଲେ ପ୍ରତିଶ୍ରୁତି 

241

କନକ ବ୍ୟୁରୋ: ଯୁଦ୍ଧ ସ୍ଥିତିକୁ ନେଇ ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରୁଷ ସେନାଙ୍କ ଆକ୍ରମଣରେ ୟୁକେତ୍ର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଚାରିଆଡେ ଖାଲି ଆତଙ୍କ ହିଁ ଦେଖିବାକୁ ମିଳିଛି । ଏହାରି ଭିତରେ ରୁଷିଆ ଓ ୟୁକ୍ରେନ ଗୋଟିଏ କଥାରେ ସହମତି ପ୍ରକାଶ କରିଛନ୍ତି । ଗୁରୁବାର ବେଲାରୁଷ ସୀମାରେ ଅନୁଷ୍ଠିତ ହୋଇଥିବା ୟୁକ୍ରେନ ଓ ରୁଷିଆ ପ୍ରତିନିଧି ମଣ୍ଡଳିର ବୈଠକରେ ୟୁକ୍ରେନରୁ ସାଧାରଣଲୋକଙ୍କୁ ବାହାରିବା ପାଇଁ ସୁରକ୍ଷୀତ ରାସ୍ତା ଦିଆଯିବାକୁ ଉଭୟ ୟୁକ୍ରେନ ଓ ରୁଷିଆ ମଂଜୁର ହୋଇଛନ୍ତି ।

ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି ୟୁକ୍ରେନର ସ୍ଥିତି । ଏହାରି ଭିତରେ ରୁଷ ଓ ୟୁକ୍ରେନ ଗୋଟିଏ କଥାରେ ମଂଜୁରୀ ପ୍ରଦାନ କରିଦେଇଛନ୍ତି । ଯୁଦ୍ଧ ପରିସ୍ଥିତି ଭିତରେ ୟୁକ୍ରେନରୁ ସାଧାରଣ ଲୋକ ଯେପରି ସୁରକ୍ଷିତ ବାହାରିଯିବେ ସେନେଇ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ସୁରକ୍ଷିତ ଭାବେ ୟୁକ୍ରେନ ଛାଡିବା ପାଇଁ ସାଧାରଣଲୋକଙ୍କ ପାଇଁ ପ୍ରସ୍ତୁତ ହେବ ହ୍ୟୁମାନିଟାରିଆନ କରିଡର । ବା ମାନବତାବାଦୀ ରାସ୍ତା । ଯେଉଁ କରିଡର ଦେଇ ଲୋକେ ସୁରକ୍ଷିତ ଭାବେ ୟୁକ୍ରେନରୁ ବାହାରିପାରିବେ । ଆଉ ଏହି ରାସ୍ତାରେ ଯୁଦ୍ଧ କରାଯିବନାହିଁ ବୋଲି ଉଭୟ ରୁଷିଆ ଓ ୟୁକ୍ରେନ ମଂଜୁରୀ ପ୍ରଦାନ କରିଛନ୍ତି । ୟୁକ୍ରେନ ସରକାରଙ୍କ ମୁଖପାତ୍ର ମାଇଖାଇଲୋ ପୋଡୋଲିଆକ୍ ଟୁଇଟ୍ କରି କହିଛନ୍ତି –

‘ୟୁକ୍ରେନ ଓ ରୁଷିଆ ଭିତରେ ହୋଇଥିବା ଦ୍ୱିତୀୟ ବୈଠକ ଶେଷ ହୋଇଛି । ଦୁର୍ଭାଗ୍ୟବସତଃ ୟୁକ୍ରେନ ଯାହା ଆଶା କରୁଥିଲା ସେଭଳି କୌଣସି ନିଷ୍ପତି ହୋଇ ନାହିଁ । କେବଳ ହ୍ୟୁମାନିଟାରିଆନ କରିଡର ପାଇଁ ନିଷ୍ପତ୍ତି ହୋଇଛି ।’

ଗୁରୁବାର ରୁଷିଆ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳି ଭିତରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ୱେଲାରୁଷ- ପୋଲାଣ୍ଡ ସୀମାରେ ଏହି ବୈଠକ ବସିଥିଲା । ରୁଷିଆ ମଧ୍ୟ ସାଧାରଣ ଲୋକଙ୍କୁ ସୁରକ୍ଷିତ ରାସ୍ତା ଦିଆଯିବା ପାଇଁ ମାନବତାବାଦି କରିଡର ପ୍ରଦାନ କରିବାକୁ  ରାଜି ହୋଇଥିବା ରୁଷ ପ୍ରତିନିଧି କହିଛନ୍ତି । ଆଉ ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କୁହାଯାଇଛି ।

ଆଉ ତାହା ହେଉଛି ସାଧାରଣଲୋକଙ୍କ ସୁରକ୍ଷା । ଉଭୟ ଦେଶ ସେନାର ଯୁଦ୍ଧ କରୁଥିବା ଅଂଚଳରେ ଯେଉଁ ସବୁ ସାଧାରଣ ଲୋକ ଅଛନ୍ତି ସେମାନଙ୍କୁ ସେ ଅଂଚଳରୁ ସୁରକ୍ଷିତ ଭାବେ ବାହାରିବା ପାଇଁ ରୁଷ-ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ କରିବା ନେଇ ମଂଜୁରୀ ପ୍ରଦାନ କରିଛନ୍ତି ।

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବାକୁ ୯ ଦିନ ହୋଇସାରିଲାଣି । ଯୁଦ୍ଧରେ ଅନେକ ଧନ ଜୀବନ ବି ଗଲାଣି । ରୁଷିଆ ଆକ୍ରମଣରେ ୩୫୦ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ୟୁକ୍ରେନ ରକ୍ଷା ବିଭାଗ କହିଛି । ସେପଟେ କ୍ରେମଲିନ୍ କିନ୍ତୁ କହିଛି ରୁଷ ସେନା ସାଧାରଣ ଲୋକଙ୍କୁ ଆକ୍ରମଣ କରୁ ନାହାଁନ୍ତି ।