ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଦୀଙ୍କ ଜୋରଦାର ପ୍ରୟାସ: ନିଜ ଗଡ ବାରଣାସୀରେ ରୋଡସୋରେ ଦେଖାଇଲେ ପରାକ୍ରମ

173

କନକ ବ୍ୟୁରୋ: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସଂସଦୀୟ କ୍ଷେତ୍ରରେ ମୋଦି ରୋଡ ସୋ କରିଛନ୍ତି । ବିଶାଳ ଜନସମାଗମ ସହ ମୋଦିଙ୍କୁ ରୋଡ ସୋ କରୁଥିବାର ଦେଖିବାକୁ ମିଳିଛି । ୩ କିଲୋମିଟର ପ୍ରର୍ଯ୍ୟନ୍ତ ରାଲି କରି ନିଜର ଦମ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଭାରିଭରକମ ରୋଡ ସୋ ବାବା ବିଶ୍ୱନାଥ କରିଡର ପ୍ରର୍ଯ୍ୟନ୍ତ କରାଯାଇଛି । ଆସନ୍ତା ୭ ତାରିଖରେ ୟୁପି ନିର୍ବାଚନରେ ଅନ୍ତିମ ପଯ୍ୟାୟ ପାଇଁ ପଡିବ ଭୋଟ । ଯାହାକୁ ନେଇ ବାରଣାସୀର ୩ ବିଧାନସଭା କ୍ଷେତ୍ରରେ ପ୍ରଚାର କରିଛନ୍ତି ମୋଦି ।

ହଜାର ହଜାର ବିଜେପି କର୍ମକର୍ତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋରେ ଯୋଗ ଦେଇଛନ୍ତି । ତେବେ ଭୋଟ ହାତେଇବା ପାଇଁ ମୋଦିଙ୍କ ସୁପରସୋ କୁ ନେଇ ଏବେ ରାଜନୈତିକ ମହଲ ବେଶ ସରଗରମ ହୋଇଉଠିଛି । ଆସନ୍ତାକାଲି ମଧ୍ୟ କାଶୀରେ ପ୍ରଚାର କରିବେ ନରେନ୍ଦ୍ର ମୋଦି । ତେବେ ୨୦୧୭ ଫରମୁଲାକୁ ଆପଣାଇଛନ୍ତି ମୋଦି । ନିଜ ଗଡ ରେ ବିଜୟ ଫତୁଆ ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁ ପ୍ରକାର ଚେଷ୍ଟା କରୁଛନ୍ତି ।

ମୋଦିଙ୍କ ପୂର୍ବାଂଚଳର ଚକ୍ରବ୍ୟୁହକୁ ଭେଦିବାକୁ ଲାଗିଡିଛନ୍ତି ବିରୋଧି । କଳବଳେ କୌଶଳେ ଉଭୟ ଯୋଗୀ ଓ ମୋଦିଙ୍କୁ ଚେକ ଦେବା ପାଇଁ ବିପକ୍ଷ ଦଳ ନିଜ ଅଂଟା କସୁଛନ୍ତି । ଦଶର ସବୁଠାରୁ ବଡ ରାଜ୍ୟ ଉତରପ୍ରଦେଶ କୁ ହାତେଇବାକୁ ପଛରେ ପଡିନି କଂଗ୍ରେସ । କଂଗ୍ରେସ ର ୨ ପ୍ରମୁଖ ଚେହେରା ରାହୁଲ ଓ ପ୍ରିୟଙ୍କା ବାରାଣାସୀରେ ପହଁଚି ଜୋରଦାର ପ୍ରଚାର କରିଛନ୍ତି । ସେହିପରି ପଛରେ ପଡିନାହିଁ ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ବାରଣାସୀ ରେ ନିଜର ଦମଖମ ଦେଖାଇସାରିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆରଏଲଡି ପ୍ରମୁଖ ଜୟନ୍ତ ଯାଦବଙ୍କ ରାଲି ମଧ୍ୟ ଦେଖିବାକୁ ମିଳିଥିଲା ।

ସପ୍ତମ ତଥା ଅନ୍ତିମ ପ୍ରଯ୍ୟାୟ ମତଦାନ ପାଇଁ ୫୪ ବିଧାନସଭା ସିଟରୁ ୬୧୩ ଜଣ ଲଢୁଛନ୍ତି । ସମସ୍ତ ୪୦୩ ବିଧାନସଭା ଆସନର ମାର୍ଚ ୧୦ ରେ ଫଳାଫଳ ଜଣାପଡିବ । ତେବେ ସିଧାସଳଖ ବିଜେପି ସହ ସମାଜବାଦ ପାର୍ଟିର ଲଢେଇ ହେବା ନେଇ ଆଶଙ୍କା ରଖିଛନ୍ତି ରାଜନୌତିକ ବିଶେଷଜ୍ଞ । ତେବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ୟୁପି ଜନତା ବିଜୟ ମୁକୁଟ ପିନ୍ଧାଉଛନ୍ତି ।