କଟକରେ କୋହଲିଙ୍କ ‘ବିରାଟ’ ରେକର୍ଡ ଭାଙ୍ଗିଲେ ରୋହିତ । ୩୪ ରନ୍ କରିବା କ୍ଷଣି ତାଳିମାଡରେ ପ୍ରକମ୍ପିତ ହେଲା ପୂରା ଷ୍ଟାଡିୟମ ।

1,458

କନକ ବ୍ୟୁରୋ :  ବାରବାଟୀରେ ଭାଙ୍ଗିଲା ବିରାଟଙ୍କ ରେକର୍ଡ । କ୍ୟାପଟେନ୍ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍ ରୋହିତ ଶର୍ମା । ବାରବାଟୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଏକ ବଡ ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । କୋହିଲଙ୍କ ବିରାଟ ରେକର୍ଡ ଭାଙ୍ଗିଛନ୍ତି ରୋହିତ । ଗୋଟିଏ କ୍ୟାଲେଣ୍ଟର ବର୍ଷରେ ବିରାଟ କୋହଲିଙ୍କ ସର୍ବାଧିକ ରନ୍ ସ୍କୋର ରେକର୍ଡ ଭାଙ୍ଗିଛନ୍ତି ରୋହିତ ।

ରୋହିତ ଶର୍ମା ବାରବାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୪ ରନ୍ କରିବା ସହ କରତାଳିରେ ଗୁଞ୍ଜି ଉଠିଥିଲା ପୂରା ଷ୍ଟାଡିୟମ ।  କାରଣ ୨୦୧୭ରେ ଗୋଟିଏ କ୍ୟାଲେଣ୍ଡ ବର୍ଷରେ ବିରାଟଙ୍କ ସର୍ବାଧିକ ଦିନିକିଆ ରନ୍ ରେକର୍ଡ ଭାଙ୍ଗିଥିଲେ ରୋହିତ । ଏହାପୂର୍ବରୁ ବିରାଟ କୋହଲି ୨୦୧୭ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୬ଟି ଶତକ ଓ ୭ ଅର୍ଦ୍ଧଶତକ ବଳରେ ୧୪୬୦ ରନ୍ କରିଥିଲେ । ତେବେ ରୋହିତ ଶର୍ମା ୨୦୧୯ରେ ୭ ଶତକ ଓ ୬ ଅର୍ଦ୍ଧଶତକ ବଳରେ ୧୪୯୦ ରନ୍ କରିବା ସହ ବିରାଟଙ୍କ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି ।

ବିରାଟ କୋହଲି ମଧ୍ୟ ୨୦୧୯ରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଚଳିତ କ୍ୟାଲେଣ୍ଡର ବର୍ଷରେ କୋହଲି ୧୨୯୨ ରନ୍ କରିଥିବା ବେଳେ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ରୋହିତ ଶର୍ମା ଟପରେ ଥିବା ବେଳେ ୱେଷ୍ଟଇଣ୍ଡିଜର ସାଇ ହୋପ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଗୋଟିଏ କ୍ୟାଲେଣ୍ଟର ବର୍ଷରେ ସର୍ବାଧିକ ଦିନିକିଆ ରନ୍ ସ୍କୋରର ରେକର୍ଡ ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି । ୧୯୯୮ରେ ସଚିନ୍ ୯ ଶତକ ଓ ୭ ଅର୍ଦ୍ଧଶତକ ବଳରେ ୧୮୯୪ ରନ୍ କରି ନୂଆ ରେକର୍ଡ ସୃ୍ଷ୍ଟି କରିଥିଲେ । ଯାହାକୁ ଏଯାଏଁ କୌଣସି ଦେଶର ଖେଳାଳି ଭାଙ୍ଗି ପାରିନାହାନ୍ତି ।