ଜୀଅନ୍ତା ଜଳିଗଲେ ଦୁଇ ଶିଶୁ: ମଞ୍ଚାରେ ଥିବା ବେଳେ ନିଆଁ ଆଁରେ ଦୁଇ ଶିଶୁକନ୍ୟା ଜୀବନ୍ତଦଗ୍ଧ । ଅଳ୍ପକେ ବର୍ତ୍ତିଗଲେ ଅନ୍ୟ ଜଣେ ଶିଶୁ

365

କନକ ବ୍ୟୁରୋ: ଜୀଅନ୍ତା ଜଳିଗଲେ ଦୁଇ ଶିଶୁ । ନିଆଁ ଆଁରେ ହୁତୁହୁତୁ ହୋଇ ଜଳିଗଲେ ଦୁଇ କଅଁଳ କଢି । ନବରଙ୍ଗପୁର ମଇନାପଦରରୁ ଆସିଲା ଛାତି ଥରାଇ ଦେଲା ଭଳି ଖବର । ନିଆଁରେ ପୋଡି ଘଟଣାସ୍ଥଳରେ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିିଛି ।

ତେବେ ମକା କ୍ଷେତ ପାଖରେ ହୋଇଥିବା ମଞ୍ଚାରେ ୩ ଜଣ ଶିଶୁକନ୍ୟା ରହିଥିଲେ । ସେମାନଙ୍କ ଘରେ ପୂଜାପାଠ ଚାଲୁଥିବାରୁ ପରିବାର ଲୋକେ ବ୍ୟସ୍ତ ରହିଥିଲେ । ଆଉ ଏତିକି ବେଳେ ଘରେ କାହାକୁ ନକହି ସେମାନେ ଘର ଠାରୁ ୩ ଶହ ମିଟର ଦୂରରେ ଥିବା ମଞ୍ଚାରେ ରହିଥିଲେ । ଆଉ ଠିକ ସେତିକି ବେଳେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ଅନ୍ୟ ଜଣେ ଶିଶୁ ନିଆଁ ଆଁରୁ ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି ।