ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ସଫଳ ହେଲା ରିଷଭ ପନ୍ତଙ୍କ ଅପରେଶନ

561

କନକ ବ୍ୟୁରୋ : ଭାରତୀୟ ଟିମର ୱିକେଟକିପର ରିଷଭ ପନ୍ତଙ୍କର ଡିସେମ୍ବର ୩୦ ତାରିଖରେ ଏକ ବଡ ଦୁର୍ଘଟଣା ହୋଇଥିଲା । ଏଥିରେ ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିଲା । ତାଙ୍କ ଲିଗାମେଣ୍ଟ ମଧ୍ୟ ଫାଟିଯାଇଥିଲା । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡେରାଡୁନର ମୁମ୍ବାଇ ଅଣାଯାଇଛି । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଆଜି ତାଙ୍କ ଲିଗାମେଣ୍ଟର ସଫଳ ଅସ୍ତ୍ରପ୍ରଚାର କରାଯାଇଛି । ଏହାସହ ମେଡିକାଲ ଟିମଙ୍କ ସୂଚନା ମୁତାବକ ସେ ସୁସ୍ଥ୍ ହେଉଛନ୍ତି । ଆଜି ୨ରୁ ୩ ଘଣ୍ଟା ଧରି ତାଙ୍କର ଅପରେଶନ କରାଯାଇଥିଲା ।

୩୦ ବର୍ଷିୟ ରିଷଭ ପନ୍ତ ଡିସେମ୍ବର ୩୦ ତାରିଖ ସକାଳେ ଦିଲ୍ଲୀରୁ ରୁଡକୀ ଠାରେ ଥିବା ତାଙ୍କ ମା’ଙ୍କୁ ଭେଟିବାକୁ ଆସୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ । ତାଙ୍କ କାର ଏକ ଡିଭାଇଡର ଉପରେ ମାଡିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ କାର ଭିତରୁ ବାହାର କରି ପୋଲିସକୁ ସୂଚନା ଦେଇଥିଲେ । ହେଲେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

ରିଷଭ ପନ୍ତ ଟିମ ଇଣ୍ଡିଆ ପାଇଁ ୩ ଯାକ ଫର୍ମାଟରେ ଖେଳିଛନ୍ତି । ସେ ଜଣେ ବ୍ୟାଟ୍ସମ୍ୟାନ ସହ ୱିକେଟ କିପର । ପନ୍ତ ଭାରତ ପାଇଁ ୩୩ଟି ଟେଷ୍ଟ ମ୍ୟାଚ ସହ ୩୦ଟି ଏକଦିବସୀୟ ଓ ୬୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।