ମେଣ୍ଟ ଚର୍ଚ୍ଚା ଭିତରେ ଉଠିଲା ପ୍ରଶ୍ନ : କିଏ ମାରିନେବ ମେଣ୍ଟ ଫାଇଦା?

3,427

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ହେବା ପରେ କଂଗ୍ରେସକୁ ନେଇ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ମେଣ୍ଟ ଚର୍ଚ୍ଚାକୁ ନେଇ ରାଜ୍ୟର କଂଗ୍ରେସ ଶିବିର ପୁରା ଉତ୍ସାହିତ ଅଛି । ବିଜେପି-ବିଜେଡି ମେଣ୍ଟ ନେଇ ଔପଚାରିକ ଘୋଷଣା ଉପରେ କଂଗ୍ରେସ ନଜର ରଖିଛି । ଦଳ ଆକଳନ କରୁଛି,
-ମୁଖ୍ୟ ବିରୋଧୀ ଦଳ ହେବ କଂଗ୍ରେସ
-ଭୋଟ ପ୍ରତିଶତ ବଢିବ
-ଆସନ ସଂଖ୍ୟା ବଢିବ
-ଅନେକ ନେତା କଂଗ୍ରେସରେ ମିଶିବେ
-ଅଧିକ ନେତା ଦଳ ଛାଡିପାରିବେ ନାହିଁ
-ସରକାର ବିରୋଧୀ ଭୋଟ୍ ସିଧାସଳଖ କଂଗ୍ରେସ ଖାତାକୁ ଆସିବ
-ଅଧିକାଂଶ ଆସନରେ କଡା ମୁକାବିଲା ହେବ

ଦୁଇଦଳର ମେଣ୍ଟ ନେଇ ସାରା ରାଜ୍ୟରେ ଖୋଲାଖୋଲି ଆଲୋଚନା ଚାଲିଥିବାବେଳେ କଂଗ୍ରେସର କିନ୍ତୁ ଏ ଯାଏଁ ସ୍ପଷ୍ଟ ନ୍ୟାରେଟିଭ ଆସିନାହିଁ । ସଙ୍ଗଠନ ନାହିଁ କି ଲୋକଙ୍କ ପାଖରେ କୌଣସି ରାଜ୍ୟ ନେତାଙ୍କ ପତିଆରା ନଥିବା ଚର୍ଚ୍ଚା ହେଉଛି ।

ନିର୍ବାଚନ ପୂର୍ବରୁ ରାଜ୍ୟରେ ସଭାପତି ବଦଳିଛନ୍ତି , ପ୍ରଭାରୀ ବି ବଦଳିଛନ୍ତି , କିନ୍ତୁ ସଙ୍ଗଠନ ଦୁର୍ବଳ ହୋଇ ରହିଛି । ୨୦୧୯ ନିର୍ବାଚନର ସ୍ଥିତିକୁ ଦେଖିଲେ, -ବିଜେଡି ୪୪%, ବିଜେପି ୩୨% ଭୋଟ ପାଇଥିଲା । କଂଗ୍ରେସକୁ ମିଳିଥିଲା ୧୬% ଭୋଟ୍ । ୯ ଆସନରେ ବିଜୟୀ, ୩୧ ଆସନରେ ଦ୍ୱିତୀୟ ଓ ୨୦ ଆସନରେ କଡା ଟକ୍କର ଦେଇଥିଲା ।

ବିଶେଷଜ୍ଞଙ୍କ ମତରେ, ବିଜେଡି-ବିଜେପିର ଭୋଟ ପ୍ରତିଶତ ମିଶିବା ସ୍ଥିତିରେ କଂଗ୍ରେସକୁ ଭୋଟ ପ୍ରତିଶତ ବଢାଇବା ପାଇଁ କଡା ପରିଶ୍ରମ କରିବାକୁ ପଡିବ । ଲୋକପ୍ରିୟ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ପଡିବ ।

ତେବେ ନିର୍ବାଚନ ପାଇଁ ସମୟ କମ ଥିବାରୁ ମେଣ୍ଟ ଗଠନ ହେଲେ କଂଗ୍ରେସକୁ କେତେ ଫାଇଦା ହେବ ଓ ଭୋଟ ପ୍ରତିଶତ କେତେ ବଢିବ ସେ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଅନ୍ୟପଟେ ବିଜେଡି-ବିଜେପିର ବିଦ୍ରୋହୀ ନେତା ଆସନ୍ତା ନିର୍ବାଚନରେ ବି ନୂଆ ସମୀକରଣ ସୃଷ୍ଟି କରିପାରନ୍ତି ।