ସମ୍ବଲପୁରରେ ହେଉ ଶୋଭାଯାତ୍ରା: ପୂଜା ସମୟରେ ହଟାଯାଉ କଟକଣା

117

କନକ ବ୍ୟୁରୋ: ବିଶ୍ୱକର୍ମା ପୂଜାଠୁ ଆରମ୍ଭ ହୋଇଯାଇଛି ପୂଜାର ମାହୋଲ୍ । ଆଗକୁ ଗଣେଷ ପୂଜା, ନୂଆଁଖାଇ ଏବଂ ପରେ ଦୁର୍ଗାପୂଜା । ପୂଜାର ଏହି ଉତ୍ସାହ ଭିତରେ ସମ୍ବଲପୁର ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଶୋଭାଯାତ୍ରା ପାଇଁ ଜୋରଧରିଛି ଦାବି । ସମ୍ବଲପୁର ହିଂସା ଘଟଣା ପରେ ପ୍ରଶାସନ, ସମ୍ବଲପୁର ସହରରେ ଗୋଟିଏ ବର୍ଷ ପାଇଁ ଶୋଭଯାତ୍ରା ଉପରେ କଟକଣା ଲଗାଇଛି । ପୂଜା ସମୟରେ ଶୋଭଯାତ୍ରା ନକରିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି । କିନ୍ତୁ ବିଭିନ୍ନ ପୂଜା କମିଟି ପୂଜା ସମୟରେ ଶୋଭାଯାତ୍ରା ପାଇଁ ଦାବି କରୁଛନ୍ତି ।

ତିନି ଦିନ ତଳେ ଏହି ସମାନ ଦାବି ନେଇ ଜିଲ୍ଲା ପ୍ରଶାସନକୁ ଭେଟିଥିଲେ ପୂଜା କମିଟି ସଦସ୍ୟ । ହେଲେ ଏନେଇ ପ୍ରଶାସନ କୌଣସି ନିଷ୍ପତି ନେଇନାହିଁ । ତେବେ ପୂଜା କମିଟିର ସଦସ୍ୟମାନେ କହିଛନ୍ତି- ପୁଲିସ ଓ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ କରିବେ, ତାଙ୍କୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଉ ।

ରାଜନୈତିକ ଦଳର ନେତାମାନେ ମଧ୍ୟ ପୂଜା କମିଟିର ସମସ୍ୟଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି । ସମ୍ବଲପୁର ହିଂସାକାଣ୍ଡ ଘଟଣା ପରେ ଶୋଭଯାତ୍ରା ଆୟୋଜନ ଉପରେ କଟକଣା ଲଗାଇଛି ପ୍ରଶାସନ । ଶାନ୍ତି କମିଟି ସହ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଥିଲା । ତେବେ ବର୍ତମାନ ପୂଜା ଶୋଭଯାତ୍ରା ପାଇଁ ସମ୍ବଲପୁରରେ ଦାବି ହେଉଛି ।