ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ରାଜ୍ୟରେ ଦଳକୁ ମଜଭୁତ କରିବାକୁ ପ୍ରିୟଙ୍କା ଆସିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

335

କନକ ବ୍ୟୁରୋ : ଖୁବଶୀଘ୍ର ଓଡିଶା ଆସିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଓଡିଶାରେ କେମିତି ପୁଣି ଥରେ କଂଗ୍ରେସ ଦଳକୁ ମଜଭୁତ କରାଯାଇ ପାରିବ, ସେଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପ୍ରିୟଙ୍କା ଆସିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ରାଜସ୍ଥାନରେ ଚାଲିଥିବା ଚିନ୍ତନ ଶିବିରରେ ଓଡିଶା ରାଜ୍ୟ ବିଷୟରେ ବିଶେଷ ଭାବେ କିଛି ଆଲୋଚନା ହୋଇନଥିଲେ ବି ପ୍ରିୟଙ୍କାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଲୋଚନା କରିଥିବା ସୂଚନା ମିଳିଛି । କିନ୍ତୁ ଦଳକୁ ମଜଭୁତ କରିବା ପାଇଁ କଣ ରୋଡମ୍ୟାପ ହେବ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

୨୦୨୦ରୁ କ୍ଷମତାରୁ ଦୂରରେ ରହିଛି କଂଗ୍ରେସ ପାର୍ଟି । ଏପରିକି ୨୦୧୭ ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସ ରାଜ୍ୟର ତୃତୀୟ ସ୍ଥାନକୁ ଖସି ଆସିଛି । ଯଦି ପ୍ରିୟଙ୍କା ଓଡିଶା ଆସନ୍ତି ତେବେ ଏହା ତାଙ୍କର ପ୍ରଥମ ଗସ୍ତ ହେବ ।